ବେଲପଡ଼ା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭାଲୁବାହାଲି ଗାଁର ବେଛୁ ବନଗୁଲାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ବନଗୁଲା (୫୦) I ଗତ ୧୦ ଦିନ ରୁ ଅଧିକ ହେବ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧା ଙ୍କ ସ୍ୱାମୀ ବେଲପଡ଼ା ଥାନାର ଦ୍ୱାରସ୍ତ ହୋଇ ନିଖୋଜ ଏତଲା ଦେଇଛନ୍ତି। ନିଖୋଜ ବୃଦ୍ଧାଙ୍କ ସ୍ବାମୀ କହିବା ଅନୁସାରେ ନିଖୋଜ ହେବାର ଦିନକୁ ପୂର୍ବରୁ ଗାଁର ଜଣେ ମହିଳା ତାଙ୍କ ସ୍ତ୍ରୀ କୁ ଗାଲି କରିବା ସହ ମାଡ଼ ମାରିଥିଲା ।















