No Result
View All Result
କଣ୍ଟାବାଞ୍ଜି ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଣ୍ଟାବାଞ୍ଜି ଏନ୍ଏସିରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ସୋମବାର ଦିନ ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଏନଏସି ଅଫିସ ଘେରାଉ କରାଯାଇଛି। ଜିଲ୍ଲା ସଂଯୋଜକ ରୂପେଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ତଥା ଏନଏସିର ଅନେକ କର୍ମୀ ଓ ଜନ ସାଧାରଣ ସାମିଲ ହୋଇଥିଲେ। ସ୍ଥାନୀୟ ଥାନା ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଏନଏସି ଅଫିସ୍ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓଡ଼ିଶା ଜନତା କଂଗ୍ରେସ ଦଳ କର୍ମୀ ଓ ନେତା ।

୧୬ଟି ୱାର୍ଡରେ ଥିବା ଅନେକ ସମସ୍ୟା କୁ ନେଇ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ନିରାପଦ ପାନୀୟ ଜଳ ଯୋଗାଣ,ଏନଏସିର ପାଣି ଏଟିଏମ୍ କାର୍ଯ୍ୟକ୍ଷମ,କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ସହର ମଧ୍ୟରେ ପରିମଳ ଏବଂ ଶୌଚାଳୟ ସୁବିଧା,ଖରାପ ଡ୍ରେନେଜ୍ ବ୍ୟବସ୍ଥା,ବାର୍ଦ୍ଧକ୍ୟ ପେନସନର ଦ୍ୱାର ଦ୍ୱାର ବଣ୍ଟନ,ଏନଏସିର ରାସ୍ତା ମରାମତି,
ସାପ୍ତାହିକ ବଜାରରେ ପ୍ରତୀକ୍ଷା ଗୃହ କାର୍ଯ୍ୟକ୍ଷମ ଆଦି ଦାବି ଗୁଡ଼ିକ ରହିଛି।ଆଗାମୀ ଦିନରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ତୀବ୍ର ରୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ସମାବେଶରେ ଅରୁଣ ତାଣ୍ଡି, ଗୁପ୍ତେଶ୍ବର ବେହେରା, ଚୟବର୍ତ୍ତ ରଣା, କ୍ଷମାନିଧି ବଏ, ଦିଲୀପ ରଣା, ପଦ୍ମନ ମାଝୀ,ତିଳ ଚିନାଗୁଣ, ନିତେଶ ସାହୁ, ଅମିତ ସାହୁ ସହ ଶତାଧିକ ଲୋକେ ସାମିଲ ହୋଇଥିଲେ।

No Result
View All Result