ନିଆଳି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି, ବିଭିନ୍ନ ଅଞ୍ଚଳରେ ପରିଚିତ ଜଣେ ସୂଲେଖିକା, କବୟିତ୍ରୀ ଭାବେ ପରିଚିତ ଛାୟାପୁରବୀ ଗତ କାଲି ଇହଧାମ କରିଛନ୍ତି, ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ଏକାଧାରରେ ଧର୍ମ ପରାୟଣ, ପରଉପକାରୀ, ମିଷ୍ଟଭାଷୀ, ମେଳାପି ମହିଳା ଥିଲେ । ସେ ପ୍ରଖ୍ୟାତ ସାହିତ୍ୟିକ କବି, ଲେଖକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ ଧର୍ମ ପତ୍ନୀ ଥିଲେ । ଛାୟା ପୁରବୀ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

ସେଠାରେ ଡାକ୍ତରମାନଙ୍କ ଶତଚେଷ୍ଟା ସତେ ହୃଦଘାତ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଜୈଷ୍ଠ ପୁତ୍ର ଅମିତାଭ ଏଵଂ ପୁତ୍ରବଧୂ ପ୍ରିୟଙ୍କାଙ୍କ ସମେତ ବନ୍ଧୁ ଓପରିବାର,ପ୍ରିୟଜନଙ୍କ ଦ୍ଵାରା ଗତ ୩ ତାରିଖ ଦିନ ପୁରୀ ନିଆଯାଇ ସ୍ବର୍ଗ ଦ୍ବାରରେ ଛାୟାପୁରବୀ ଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା, ଡାକ୍ତର ଅଧିରାଜ କୁମାର ପରିଡା, ଲେଖିକା ପୁଷ୍ପା ପରିଡା, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ,
ଆଇନଜୀବୀ ଶେଖ୍ ଅବଦୁଲ ବାରି, , ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି, କବି, ଦିଲ୍ଲୀପ କୁମାର ମହାନ୍ତି, ଲେଖକ ଶୁଭ୍ରାଂଶୁ ସ୍ୱାଇଁ, ଶୁଭାଶିଷ ପଟ୍ଟନାୟକଙ୍କ ସମେତ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି, ଶ୍ରଦ୍ଧାଳୁ, କବି,ଲେଖକ ସାହିତ୍ୟିକମାନେ ଛାୟା ପୁରଵୀ ଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଛାୟାପୁରବୀ ରାଷ୍ଟ୍ରଦୀପ ସାପ୍ତାହିକର ନିୟମିତ ସ୍ତମ୍ଭକାରିଣୀ ଏଵଂ ମହିଳାମାନଙ୍କ ଜାଣିବା କଥାର ଲେଖିକା ଥିଲେ । ତାଙ୍କ ବିୟୋଗରେ ନିଆଳି ଅଞ୍ଚଳ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।














