No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ନୟାଗଡ଼ :- ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ,ସଂଖ୍ୟା ଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକର କଇଁଆ ଡିହ ,ଗୋଡିବିଡା,କୁଲୁରୁକୁମ୍ପା ଖଣ୍ଡପଡ଼ା ବ୍ଲକର ଇଛାପୁର, ନୂଆଗାଁ ବ୍ଲକର ନୂଆପଲା,ଥୁଆବାରି, ଓଡ଼ଗାଁ ବ୍ଲକର କୈବଲ୍ୟପୁର ଏବଂ ନୟାଗଡ଼ ବ୍ଲକର ହାଟଦ୍ବାର ଅନ୍ତର୍ଭୁକ୍ତ ନିମନ୍ତେ ଜିଲ୍ଲାପାଳ, ନୟାଗଡ଼ ମଧୁମିତା ରଥ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରକଳ୍ପର ଅନୁମୋଦନ ଲାଗି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ ନିର୍ବାହ ଅଧିକାରୀ ତଥା ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ନୟାଗଡ଼ ଲଗ୍ନଜିତ ରାଉତ ଯୋଗଦେଇ ଥିଲେ।ଯୋଜନା ମାଧ୍ୟମରେ ଅନୂସୁଚିତ ଜାତି ବହୁଳ ଗ୍ରାମର ଉନ୍ନୟନ ସହ ସାମାଜିକ ଓ ଆର୍ଥିକ ଭନ୍ନତି କରଣ ଲାଗି ଉଦିଷ୍ଟ ଯୋଜନା ସମ୍ପର୍କରେ ଆଲୋଚନା କରାଗଲା l ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ଙ୍କ ଯୋଜନା । ଯେଉଁ ଗ୍ରାମ ରେ ୪୦ ପ୍ରତିଶତ ଅନୁସୁଚିତ ଜାତି ର ଲୋକ ଵସବାସ କରୁଥିବେ ସେହି ଗ୍ରାମର ସାମଗ୍ରିକ ବିକାଶ ପାଇଁ “ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଉନ୍ନୟନ ଯୋଜନା”ର ଲକ୍ଷ୍ୟ ।

ପ୍ରତେକ ଗ୍ରାମକୁ ୪୦ ଲକ୍ଷ ଲଖାଏଁ ଆର୍ଥିକ ରାଶିର ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି ।ଦଶପଲ୍ଲା ,ନୂଆଗାଁ, ଖଣ୍ଡପଡ଼ା, ନୟାଗଡ଼ ଓଡଗାଁର ମଣ୍ଡଳ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସହ ଜିଲ୍ଲା ସ୍ତରୀୟ ଅଧିକାରୀବୃନ୍ଦ ଏବଂ ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଦର ସହ ପୋଖରିଗୋଛା,ସିମିଳିସାହି,କୁଲୁରୁକୁମ୍ପା, ଖଳିସାହି, ଦୁଦୁରା ଚଣ୍ଡିବସ୍ତ ଓ ଲକ୍ଷୀପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚ ସହ , ବ୍ଲକର ସହାୟକ ଯନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ନୟାଗଡ଼ ପରିଚାଳନା କରିଥିଲେ l

No Result
View All Result