ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଢେଙ୍କାନାଳ :- ମାସେ କି ଦୁଇ ମାସ ନୁହେଁ, ୧୯୯୯ ମହାବାତ୍ୟାରେ ମିଳିଥିବା ଖଣ୍ଡେ ଜରିପାଲରେ ପାଲରେ ହିଁ ଚାଲିଛି ଦୀର୍ଘବର୍ଷର ସାତ ପ୍ରାଣୀର ସଂସାର । ଦ୍ଵୀପ ତଳ ପୁରା ଅନ୍ଧାର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ସହର ଏକ ନମ୍ବର ୱାର୍ଡ ନିକଟ ଗୋବିନ୍ଦପୁର ପଞ୍ଚାୟତ ବୋରାପଦା ଗ୍ରାମରେ । ମଙ୍ଗରାଜ ନାଏକ ଘର ବୋରାପଦା କଲୋନୀ ସାହି । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଏ । ୩ ଝିଅ,୨ ପୂଅ ଓ ସ୍ତ୍ରୀ କୁ ନେଇ ତା’ର ସଂସାର ।
୧୯୯୯ ମହାବାତ୍ୟାରେ ଭାଙ୍ଗିଗଲା ଘର, ଉଡିଗଲା ଚାଳ ଛପର,ସହାୟତା ଥିଲା କେବଳ ଖଣ୍ଡେ ଜରିପାଲ । ଆଜି ସୁଦ୍ଧା ସେହି ଜରିପାଲରେ ପାଲରେ ହିଁ ଚାଲିଛି ସାତ ପ୍ରାଣୀର ସଂସାର । ଦିନ ମଜୁରି କରୁଥିବା ବେଳେ ଡାହାଣ ଗୋଡ କ୍ଷତ ହୋଇ ଅଚଳ ହେବାରୁ ସ୍ତ୍ରୀ ବାବୁ ମାନଙ୍କର ବାସନ ମାଜି ବହୁ କଷ୍ଟରେ ପରିବାର କାଟୁଛନ୍ତି । ତା ଭିତରେ ଗୋଟେ ଝିଅ ବାହା ସାରିଛି । ପକ୍କା ଘରଟିଏ ପାଇଁ ଆକୁଳ ନିବେଦନ କରିଛନ୍ତି ମଙ୍ଗରାଜ ପରିବାର । ( ରିପୋର୍ଟ ଅମର ରଞ୍ଜନ ଦାସ )