No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନ ପଡ଼ା ) ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ରବିବାର ଠାରୁ ଶ୍ରୀ ଶ୍ରୀ ଚନ୍ଦନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି Iଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଯାତ୍ରା ମହୋତ୍ସବ ଚନ୍ଦନ ପୁର୍ଣିମା ତଥା ବୁଦ୍ଧ ପୁର୍ଣିମାରେ ଉଦଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ I ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ, ପୁରାଣ ପଠନ, ନାଵକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ,କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ -ଉତ୍ତରାବାଲି ବିବାହ ପ୍ରଭୁତି ବିରାଟ ପର୍ବର ପୌରାଣିକ ନାଟକ ଗୁଡ଼ିକ ମଞ୍ଚସ୍ଥ ହେବ I

ପୂର୍ବ ଦିନ ପ୍ରତ୍ୟେକ ଗ୍ରାମରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଯମୁନା ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ବର୍ଷ ଚନ୍ଦନ ଯାତ୍ରାରେ ଗାନ୍ଧିଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁର୍ୟୋଧନ ପାଣିଗ୍ରାହୀ ଓ ପ୍ରେମାନନ୍ଦ ଥନାପତି ପୂଜକ ଦାୟିତ୍ୱରେ ରହିଛନ୍ତି I ଏହି ଅବସରରେ ଆୟୋଜକ କମିଟି ପକ୍ଷରୁ ପୌରାଣିକ ଚନ୍ଦନ ଯାତ୍ରାର ବୟୋଜ୍ୟଷ୍ଟ ଶତାୟୁ କଳାକାର ପୂର୍ଣ୍ଣଚନ୍ଦ୍ର ମହାକୁରଙ୍କୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା I
ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ମଧୁସୂଦନ କର୍ମୀ, ବୁଡ଼ୁ ଡାଙ୍ଗ, ସୁରେଶ ପଧାନ, ସଂକର୍ଷଣ କର୍ମୀ, ଦିଲ୍ଲୀପ କର୍ଣ୍ଣ, ପ୍ରମେଷ୍ଟି ମହାକୁର ସହଯୋଗ କରୁଛନ୍ତି I ସେହିପରି ବନବାହାଲ ଗ୍ରାମରେ ରଘୁନାଥ ବେହେରା ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ବେହେରା କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ୱରେ ରହିଛନ୍ତି I
ଆୟୋଜକ ପୂଜା କମିଟି ସଭାପତି ପ୍ରହଲ୍ହାଦ ବେହେରା, ସମ୍ପାଦକ ସୁବୋଧ ବେହେରା, ସହସମ୍ପାଦକ କ୍ରିଷ୍ଣା ବାଗ, ଓ କୋଷାଧ୍ୟକ୍ଷ ହରିଶଙ୍କର ବେହେରା ସହଯୋଗ କରୁଛନ୍ତି I ମୁରିବାହାଲ ଷ୍ଟେସନପଡ଼ାରେ ଅନୁଷ୍ଠିତ ପଞ୍ଚମ ବର୍ଷ ଚନ୍ଦନ ଯାତ୍ରାରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ବିନୀ ପୋଢ଼ କର୍ତ୍ତା, ଓ ପ୍ରଣବ କୁମାର ଦାସ ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି I ଗୁଡ଼ିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ସୁମନ ନାଏକ ଓ ତାଙ୍କ ଧର୍ମପତ୍ନୀ ସଜମନୀ ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ୱରେ ଥିବା ବେଳେ ଆୟୋଜକ କମିଟିର ସଦସ୍ୟ ବଲଵନ୍ତ ଭୋଇ,
ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖରସେଲ, ଗିରିଧାରୀ ସାହୁ ସହଯୋଗ କରୁଛନ୍ତି I ସେହିପରି ବାହୁଡ଼ିକ ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ଚୁଡ଼ାମଣୀ ନାଏକ ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ନାଏକ କର୍ତ୍ତା, ଜୟପ୍ରକାଶ ଦାସ ପୂଜକ ଓ ପୁରାଣ ଗାୟକ ରୂପେ ଗୌର ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି I ସେହିପରି ବ୍ଲକ ଅଞ୍ଚଳରେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଚନ୍ଦନ ଯାତ୍ରା ମହୋତ୍ସବ ରବିବାର ଠାରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି I

No Result
View All Result