ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର ) ମାହାଙ୍ଗା :- ମାହାଙ୍ଗା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ ଙ୍କ ପିତା ବିଶିଷ୍ଟ ବାଦ୍ୟଶିଳ୍ପୀ ଓ ଆଧ୍ୟାତ୍ମିକ ପ୍ରେମୀ ଦୁଃଖୀ ଶ୍ୟାମ ଖୁଣ୍ଟିଆ ୯୫ ବର୍ଷ ବୟସ ରେ ଇହଲୀଳା ସମ୍ବରଣ କରିଛନ୍ତି । ଜୀବନ କାଳ ଭକ୍ତି ଆରାଧନା ସହକାରେ ଈଶ୍ୱର ଙ୍କ ଠାରେ ମନୋନିବେସ କରି ବାର୍ଦ୍ଧକ୍ୟ ଅଵସ୍ଥାରେ ଜୀବନ କାଳ ର ଅନ୍ତ ଘଟିଛି ।
ରାଧାବଲ୍ଳଭ ଜୀଉ ମନ୍ଦିର ର ବାଦ୍ୟଶିଳ୍ପୀ ଭାବେ ପରିଚିତ ବ୍ୟକ୍ତି ଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ଭଳି ଈଶ୍ୱର ଚିନ୍ତନ ବ୍ୟକ୍ତିତ୍ୱ କୁ ହରାଇଥିବାରୁ ଓଡିଶା ତାଜା ନ୍ୟୁଜ୍ ପକ୍ଷରୁ ଅସୀମ ଶୋକ ପ୍ରକାଶ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ ।