ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (OGA) ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ ରୁ ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ବିଷୟରେ ଏଠାରେ ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତା ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ, ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ (GFI) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି ।














