ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର ) ବ୍ରହ୍ମପୁର :- ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରେ ଗଞ୍ଜାମ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ତଳୀ ଭାବେ ପରିଚିତ ଗୋପାଳପୁର ଠାରେ ଏକ ସଭା ଆୟୋଜନ ହୋଇଥିଲା । ଏଠାରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଗୋପାଳପୁର କୁ ଅଧିକ ସୌନ୍ଦର୍ଯ୍ୟ କରଣ କରିବା ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେଇଭଳି କୋରନା ସହ ଲଢେ଼ଇଜାରି ରହି ଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ପାଇଁ ଗୁରୁତ୍ୱ ଦେଇଥିଲେ ।
ଗୋପାଳପୁରକୁ ଅଧିକ ରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଥଲେ । ଏଇ ଉତ୍ସବରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କ୍ରିତି ଭାଶନ ଭି, ପିଡି.ଡି.ଆର. ଡିଏ ଶ୍ରୀ ସିନ୍ଧେଦତା ତ୍ରୟ ଭାଉ ସାହେବ ଙ୍କ ସହ କନିସି ତହସିଲଦାର, ଗୋପାଳପୁର ଏନ.ଏ ସି ର ଏକ.ଜି.କ୍ୱିଉଟିଭ ଉମା ଶଙ୍କର ସେଠି, ଆଶା,ଅଙ୍ଗନବାଡି ଓ କୋଭିଡ଼ ସାଥି ଯୋଗ ଦେଇଥିଲେ । ଏହି ଅବସରରେ ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟ କରାଯାଇଥିଲା । (ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )