
ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା.3.1.2020 :- ଭୁବନେଶ୍ୱର କୃଷି ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ସିଲେକ୍ସନ ବୋର୍ଡ଼ ଦ୍ୱାରା ଚୟନ କରାଯାଇଥିବା ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ନବନିଯୁକ୍ତ ୧୪ ଜଣ ଦିବ୍ୟାଙ୍ଗ, ଜଣେ କ୍ରିଡ଼ାବିତ ଓ ଜଣେ ଅବସରପ୍ରାପ୍ତ ସେନା କର୍ମଚାରିଙ୍କୁ ଅଧ୍ୟାପକ/ଅଧ୍ୟାପିକାଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ଅରୁଣ ସାହୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ଼. ସାହୁ କହିଲେ ଯେ ଶିକ୍ଷକମାନେ ଛାତ୍ରମାନଙ୍କ ମାର୍ଗଦର୍ଶକ । ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ । ଦିବ୍ୟାଙ୍ଗ ହେବା ସତ୍ୱେ ଶିକ୍ଷାକ୍ଷେତ୍ରରେ ସମୂର୍ଣ୍ଣରୂପେ ସକ୍ଷମ ଅଟନ୍ତି । କାରଣ ଆପଣମାନେ ନିଯୁକ୍ତି ପ୍ରକିୟାର ସମସ୍ତ ସୋପାନ ସୂଚାରୁ ରୂପେ ଅତିକ୍ରମ କରି ଏହି ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ। ତେଣୁ ଶିକ୍ଷାକତାକୁ ଏକ ବୃତି ନ ଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଓ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି