No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଟଗଡସ୍ଥିତ ମା “ରାମଚଣ୍ଡୀ କ୍ରିକେଟ କ୍ଳବ କୋଟଗଡ଼ ଆନୁକୂଲ୍ୟରେ ଓ କ୍ଳବ ସଭାପତି ସୁମନ୍ତ ଦୋରା ଓ ନରୋତ୍ତମ ନାୟକଙ୍କ ମିଳିତଙ୍କ ଆବାହକତ୍ୱରେ ରବିବାର କୋଟଗଡ଼ ଗୁମ୍ଫା ପଡିଆଠାରେ ତୃତୀୟ କୋଟଗଡ଼ ପ୍ରିମିୟର କ୍ରିକେଟ ଲିଗ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି l

ଏହି କାର୍ଯ୍ୟକ୍ରମରେ ମୁଖଅତିଥି ଭାବେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ବିଶିଷ୍ଠ ଅତିଥିଭାବେ ରଣପୁର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ, ଶିଳ୍ପପତି ସର୍ବେଶ୍ୱର ସାହୂ, ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ, ରାଜସୁନାଖଳା ଫ୍ରେଣ୍ଡସ କ୍ଳବ ସବ୍ୟପତି ପୂର୍ଣ୍ଣଚନ୍ଦ୍ର ନାୟକ,ସମାଜସେବୀ ପ୍ରଫୁଲ କୁମାର ନାୟକ ଓ ସମ୍ମାନିତ ଅତିଥିଭାବେ ଫ୍ରେଣ୍ଡସ କ୍ଳବର ସଦସ୍ୟ ସଦାଶିବ ସାହୁ,

କୋଟଗଡ଼ ଗ୍ରାମ ସଭାପତି ଦୀନବନ୍ଧୁ ବିଶ୍ୱାଳ,ସମାଜସେବୀ ସଂଭ୍ରାତ କେଶରୀ ମହାପାତ୍ର, ବାସୁଦେବ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ଫାଇନାଲ ପ୍ରିମିୟର ଲିଗ ମ୍ୟାଚରେ ମହାକାଳ ୟାରୀୟର୍ସ ଓ ଏସ କେ ସୁପର କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏସ କେ ସୁପର କିଙ୍ଗ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତି ନେଇ ଥିଲେ। ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭର ବିଶିଷ୍ଟ ମ୍ୟାଚରେ ୩ ୱିକେଟ୍ ହରାଇ ୧୦୨ ରନ ସଂଗ୍ରହ କରିଥିଲେ l

ଜବାବରେ ଏସ କେ ସୁପର କିଙ୍ଗ ୧୦୩ ରନର ଲକ୍ଷ୍ୟକୁ ପିଛା କରି ମହାକାଳ ୱାରୀୟର ୭ ୱିକେଟ ହରାଇ ମାତ୍ର ୯୨ ରନ ସଂଗ୍ରହ କରି ଏସ କେ ସୁପର କିଙ୍ଗ ଠାରୁ ପରାସ୍ତ ହୋଇଥିଲା । ଫଳରେ ୯ ରନରେ ଏସ କେ ସୁପର କିଙ୍ଗ ଚାମ୍ପିୟlନ ହୋଇଥିଲା l ଏହି ମ୍ୟାଚରେ ଭାଷ୍ୟକାରଭାବେ ବଲ୍ଳଭ ପ୍ରଧାନ ଓ ସ୍ଥାନୀୟ ଅଞ୍ଚଳର ଦୁଇ ଦକ୍ଷ ଆମ୍ପେୟାର ରୋଜା ଖାଁ ଏବଂ ତ୍ରିଲୋଚନ ଦାସ ମ୍ୟାଚକୁ ପରିଚାଳନା କରିଥିଲେ l

ସମସ୍ତ ନିମନ୍ତ୍ରିତ ଅତିଥିମାନେ ଏହି ସଂଘର୍ଷ ପୂର୍ଣ୍ଣ ଖେଳ ଦେଖିବା ସହିତ ଖେଳାଳିମାନଙ୍କୁ ଉତ୍ସା ହିତ କରି ଚମ୍ପଆନ ଦଳକୁ ଟ୍ରାଫି ସହିତ ନଗଦ ୧୨ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ଟ୍ରଫି ସହିତ ୮ହଜାର ଟଙ୍କା ପ୍ରଧାନ କରିଥିଲେ l କୋଟଗଡ ମା “ରାମଚଣ୍ଡୀ କ୍ରିକେଟ କ୍ଳବ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,

ସର୍ବେଶ୍ଵର ସାହୁ, ଦୀନବନ୍ଧୁ ବିଶ୍ଵାଳ, ବାସୁଦେଵ ସ୍ୱାଇଁ , ପ୍ରଫୁଲ୍ଲ କୁମାର ନାୟକ,ସଦାଶିବ ସାହୁ, ସଚ୍ଚିକାନ୍ତ ଷଡ଼ଙ୍ଗୀ,ନରୋତ୍ତମ ନାୟକ (ବାବୁଲି), ସଂଗ୍ରାମ ମହାପାତ୍ର, ରଶ୍ମିକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିବା ସୁବାସଙ୍କୁ ମୁଖ୍ୟ ଅତିଥି ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ତୃତୀୟ କୋଟଗଡ଼ ଫାଇନାଲ ପ୍ରିମିୟର ଲିଗ କପ ମ୍ୟାଚ ଦେଖିବାକୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା l

No Result
View All Result