No Result
View All Result
ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କିସନା ଡାଏମଣ୍ଡ ଏବଂ ସୁନା ଗହଣା ପକ୍ଷରୁ ଓଡିଶାରେ ଏହାର ୬ଷ୍ଠ ବିଶେଷ ଶୋରୁମ୍ ଏବଂ ଭାରତରେ ୧୫୦ ତମ ସୋରୁମ୍ ର ଭବ୍ୟ ଶୁଭାରମ୍ଭ କରାଯାଇଛି । ଏହି ନୂତନ ଶୋରୁମ୍ ସାନ ବଜାର, ବ୍ାହ୍ମପୁର ଠାରେ ଅବସ୍ଥିତ । ଏହି ଉଦ୍ଘାଟନ ଅବସରରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଏବଂ ଏମଡ଼ି, ଶ୍ରୀ ଘନଶ୍ୟାମ ଢୋଲକିଆ ଉପସ୍ଥିତ ରହିଛନ୍ତି । ଏହି ନୂତନ ଶୋରୁମ୍ ମାଧ୍ୟମରେ କିସନା ଏହି ଅଂଚଳରେ ତାହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ଏହି ବିଶାଳ ଶୁଭାରମ୍ଭକୁ ଚିହ୍ନିତ କରିବା ପାଇଁ କିସ୍ନା ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ଘାଟନୀ ଅଫର ଆରମ୍ଭ କରାଯାଇଛି, ଯେଉଁଥିରେ ହୀରା ଅଳଙ୍କାର ଉପରେ ୫%ର ଅତିରିକ୍ତ ରିହାତି ଅନ୍ତର୍ଭୁକ୍ତ ଥିଲା । ଏହି ଅଫର କେବଳ ଶୋ’ରୁମ ଲଂଚ ଦିବସରେ ସ୍ୱତନ୍ତ୍ର ଭାବେ ବୈଧ । ବର୍ତମାନ ଜାରି ରହିଥିବା ପାର୍ବଣ ଋତୁର ଅଂଶ ଭାବେ କିସ୍ନା ‘ଅକ୍ଷୟ ହାପିନେସ୍ କ୍ୟାମ୍ପେନ’ ଅଧିନରେ ‘ଦ ବିଗେଷ୍ଟ ଫେଷ୍ଟିଭ ଅଫର’ର ଘୋଷଣା କରାଯାଇଛି ଯେଉଁଥିରେ ହୀରା ଓ ସୁନା ଅଳଙ୍କାର ଉପରେ ଏକାଧିକ ଉତ୍ସାହଜନକ ଅଫର ଅନ୍ତର୍ଭୁକ୍ତ କରିଛି, ଏହା ଉପଭୋକ୍ତାଙ୍କୁ ଉତ୍ସବ ପାଳନ କରିବା ଓ ପାର୍ବଣ ସପିଙ୍ଗରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଛି ।
କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୦%ର ରିହାତି ପ୍ରଦାନ କରାଯାଉଛି । ଉପଭୋକ୍ତାମାନେ ହୀରା ଓ ସୁନା ଅଳଙ୍କାରର ନିର୍ଦ୍ଧିଷ୍ଟ କ୍ରୟ ଉପରେ ୧୦ ଗ୍ରାମ ଓ ୨୦ ଗ୍ରାମର ସିଲଭର କଏନ ମାଗଣାରେ ପାଇପାରିବେ ଏବଂ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ । ସପିଂ ଅନୁଭୂତିକୁ ଆହୁରି ଉନ୍ନତ କରି କିସ୍ନା ଆଇସିଆଇସିଆଇ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୫%ର ତତ୍କାଳ ରିହାତି ସହିତ ଏକ ଡବଲ ରେଟ ସୁରକ୍ଷା ଲାଭ ପ୍ରଦାନ କରୁଛି, ଯାହା ଉପଭୋକ୍ତାଙ୍କୁ କେବଳ ୨୫%ର ଡାଉନ ପେମେଂଟ ସହ ସୁନା ରେଟ ଲକ୍ କରିବା ପାଇଁ ଅନୁମତି ଦେଉଛି ।

ହୀରା ଅଳଙ୍କାର କ୍ରୟ ଉପରେ ସ୍ୱତନ୍ତ୍ର ଗିଫ୍ଟ ଭାଉଚର ଏହି ପାର୍ବଣ ଋତୁକୁ ଗ୍ରାହକଙ୍କ ପାଇଁ ଆହୁରି ପୁରସ୍କୃତ କରିଛି । ଏହି ଅବସରରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଘନଶ୍ୟାମ ଢୋଲକିଆ କହିଛନ୍ତି, “ଓଡିଶାରେ ୬ଷ୍ଠ ସ୍ୱତନ୍ତ୍ର ଶୋ’ରୁମର ଶୁଭାରମ୍ଭକରି ବ୍ରହ୍ମପୁରରେ ଏହାର ସମ୍ପ୍ରସାରଣକରି ଆମ୍ଭେମାନେ ଖୁବ୍ ଉତ୍ସାହିତ । ‘ଅକ୍ଷୟ ହାପିନେସ୍ କ୍ୟାମ୍ପେନ ଏବଂ ବୃହତ ପାର୍ବଣ ଅଫର ସହିତ ଆମ୍ଭେମାନେ ଉପଭୋକ୍ତାଙ୍କୁ ସେମାନଙ୍କର ସ୍ୱତନ୍ତ୍ର ମୂଲ୍ୟ ଏବଂ ଖୁବ୍ ଉତ୍ସାହଜନକ କିଣାକିଣି ଅନୁଭୂତି ପ୍ରଦାନ କରୁଛି, ଯାହାକି ‘ହର୍ ଘର୍ କିସ୍ନା’ର ଆମର ଦୃଷ୍ଟିକୋଣ ସହ ଜଡିତ ରହିଛି ।”
କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ସିଇଓ ପରାଗ ଶାହ କହିଛନ୍ତି, “ ବ୍ରହ୍ମପୁରରେ ଆମର ଶୋ’ରୁମ ଏକ ସହଜ ଓ ନିୟୋଜିତ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯାହା ଆକର୍ଷଣୀୟ ଫେଷ୍ଟିଭ ଅଫର ଏବଂ ହୀରା ଓ ସୁନା ଅଳଙ୍କାର କଲେକ୍ସନର ଏକ ବିସ୍ତୃତ ଶୃଙ୍ଖଳା ଦ୍ୱାରା ସମର୍ଥିତ । ପ୍ରତିଦିନର ଆଧୁନିକ ଡିଜାଇନଠାରୁ ଆରମ୍ଭ କରି ପାରମ୍ପରିକ ଅକେଜନ ୱେୟାର ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ ଉପଭୋକ୍ତାଙ୍କ ପସନ୍ଦ ପାଇଁ କିଛି ଉତ୍ପାଦ ପ୍ରଦା କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଉତ୍କର୍ଷତା, ମୂଲ୍ୟ ଓ ଉପଲବ୍ଧତାର ଏକ ଉପଯୁକ୍ତ ମିଶ୍ରଣ ନିଶ୍ଚିତ କରୁଛି ।”

ସେହିପରି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ପାର୍ଟନର ଶ୍ରୀ କେ ରବିନ୍ଦ୍ର ନାଥ ସେନାପତି, ଶ୍ରୀଯୁକ୍ତ କେ ରାଜ କୁମାର ସେନାପତି ଏବଂ ଶ୍ରୀମତି କେ ସସ୍ମିତା ସେନାପତି କହିଛନ୍ତି, “ଆମେ ବ୍ରହ୍ମପୁରରେ ଆମର ଶୋ’ରୁମର ଶୁଭାରମ୍ଭ ପାଇଁ କିସ୍ନା ସହ ସହଭାଗିତା କରି ଆନନ୍ଦିତ । କିସ୍ନାର ବିଶ୍ୱାସ, ଅଭିନବ ଡିଜାଇନ ଓ ଗ୍ରାହକ-କେନ୍ଦ୍ରିତ ଆଭିମୁଖ୍ୟର ମଜବୁତ ବିରାସତ ସହିତ ଆମେ ନିଶ୍ଚିତ ଯେ, ଏହି ବ୍ରାଣ୍ଡ ଓଡିଶାର ଗ୍ରାହକଙ୍କ ସହ ଉତମ ଭାବେ ପ୍ରତିଧ୍ୱନିତ୍ୱ ହେବ ।” ସମାଜକୁ ଫେରାଇବାର କିସ୍ନାର ପ୍ରତିବଦ୍ଧତା ସହ ସମନ୍ୱୟରେ ଏହି ବ୍ରାଣ୍ଡ ଲଂଚ୍ ଅବସରରେ ଅବହେଳିତ ଲୋକଙ୍କ ପାଇଁ ଏକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି ଅଭିଯାନରେ ସ୍ୱଚ୍ଛ ଭାରତ ଅଭିଯାନ ସମର୍ଥନରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ଏକ ରକ୍ତଦାନ ଶିବିର ଅନ୍ତର୍ଭୁକ୍ତ ଥିଲା ।

No Result
View All Result