ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ରୋଟାରୀ କ୍ଲବର ପ୍ରତିଷ୍ଠାତା ପଲ୍ ହ୍ୟାରିସ୍ଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। କ୍ଲବ୍ର ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରୋଟାରୀର ସେବା ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଲ୍ ହ୍ୟାରିସ୍ 1868 ମସିହା ଅପ୍ରେଲ 19ରେ ଜନ୍ମଗ୍ରହଣ କରିଥିଲେ । 1905 ମସିହାରେ ନିଜର କିଛି ବନ୍ଧୁ ମାନଙ୍କୁ ନେଇ ଆମେରିକା ର ଚିକାଗୋ ସହରରେ ରୋଟାରୀ କ୍ଲବ ର ସ୍ଥାପନା କରିଥିଲେ ।














