ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର) ବରଗଡ଼ :- ବିଶ୍ୱ ମହାମାରୀ କାରୋନା ସମୟରେ ସାଧାରଣତଃ ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖା ଯାଉଛି । ଏଣୁ ରକ୍ତଅଭାବକୁ ଦୂର କରିବା ପାଇଁ ସଂକଲ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଏହି ରକ୍ତସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି ଗର୍ଭନା ଗାଁର ଯୁବକ ଭାଇମାନେ , ସମାଜସେବୀ ଶ୍ରୀକାନ୍ତ ପଣ୍ଡାଙ୍କ ସହଯୋଗରେ ଆଜି ଗର୍ଭନା ଗାଁ ରେ ସଂକଲ୍ପ ପରିବାର ତରଫରୁ (ଭ୍ରାମ୍ୟମାନ ରକ୍ତ ସଂଗ୍ରହ ଗାଡ଼ି ସାହାଯ୍ୟରେ) ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବଂଧୁ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ସରପଞ୍ଚ ଶ୍ରୀମତୀ କୁନ୍ତୀ ସାହୁ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶ୍ରୀ ଦିଲୀପ ସାହୁ, ସୁବାସ ବାଦି,ମନୋଜ ପଧାନ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା ।
ସଂକଲ୍ପ ପରିବାର ସଭାପତି ରୋହିତ ଜସ୍ୱାଲ ଓ ବିକାଶ ଅଗ୍ରୱାଲ ଙ୍କ ଦାୟିତ୍ୱରେ ଶିବିର ପରିଚାଳନା ହୋଇଥିବା ବେଳେ ଅନ୍ତର୍ଜାତୀୟ ପାର୍ବତାରୋହି ଲିପିକା ସେଠ, କୋଶଳ ସଂଗ୍ରାମୀ ଆକାଶ ପଣ୍ଡା,ସୁରେନ ଭୋଇ,ଆକାଶ ଅଗ୍ରୱାଲ, ଅକ୍ଷୟ ମିଶ୍ର ସମେତ ସଂକଲ୍ପ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତସଂଗ୍ରହ ରେ ସହଜଗ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)