No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବ ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜେଡି ନେତ୍ରୀ ନିରୂପମା ମାଝୀଙ୍କ ଅଧକ୍ଷତା ରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନେକ ମହିଳା ପୁରୁଷ ସାମିଲ ହୋଇ ପ୍ରଥମେ ଶ୍ରଦ୍ଧାଞ୍ଜଳି ସଭା କରିବା ପରେ କଣ୍ଟାବାଞ୍ଜି ମେଡ଼ିକାଲ ପରିସରରେ ଥିବା ବିଜୁ ବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରେ ମେଡ଼ିକାଲରେ ଭର୍ତ୍ତି ଥିବା ମହିଳା ଓ ପୁରୁଷ ୱାର୍ଡ ରେ କର୍ମୀ ମାନେ ଫଳ ବଣ୍ଟନ ମଧ୍ୟ କରିଥିଲେ । ବିଜୁ ବାବୁ ଅମର ରହେ ବୋଲି କର୍ମୀ ମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବନେତା ଗିରିରାଜ ସିଂହ ମାଝୀ, ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ଉଦ୍ଧବ ବେହେରା, ତୁରେକେଲା ବ୍ଲକ ପୂର୍ବତନ ସଭାପତି ଆସାଦୁଲା ଖାଁ , ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ , ପୂର୍ବତନ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ଯାଦବ,
ପୂର୍ବତନ ଜିଲ୍ଲା ମହିଲା ମୋର୍ଚ୍ଚ ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, କଣ୍ଟାବାଞ୍ଜି ଏନଏସି ପୂର୍ବତନ ଯୁବ ସଭାପତି ବିଷ୍ଣୁ ପ୍ରାସାଦ ଯୁଏଡ, ଅଶୋକ କୁଅଁର , ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଯୁବ ସଭାପତି ପ୍ରେମିଶ ଚନ୍ଦ୍ର ବାଗ , ତୁରେକେଲା ବ୍ଲକ ପୂର୍ବତନ ଉପସଭାପତି ବିଶ୍ୱନାଥ ସାହୁ, ଦୈତାରି ଭୋଇ, ଅମିତ ସାହୁ, ତପନ ସାହୁ, ଦୀପକ ଘିବେଲା, ଦିଲିପ ସାହୁ, ଲକ୍ଷ୍ମୀକାନ୍ତ ତ୍ରିପାଠୀ , ତ୍ରିବିକ୍ରମ ବେହେରା ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

No Result
View All Result