କୋରାଇ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପାଟୁଳି ସ୍ଥିତ ଏସବିଡି ଇଂଟର ନେସନାଲ ସ୍କୁଲର ଛାତ୍ରଛାତ୍ରୀ ଶତପ୍ରତିଶ ସଫଳତା ହାସଲ କରିଛନ୍ତି ।

ଚଳିତ ବର୍ଷ ମୋଟ ୬୩ଜଣ ପରୀକ୍ଷା ଦେଇଥିବା ବେଳେ ଅଂଶୁମାନ ପାଢ଼ୀ ସର୍ବାଧିକ ୯୭.୮ ପ୍ରତିଶତ ନମ୍ବର ରଖ୍ ସ୍କୁଲ ଟପ୍ପର ହେବା ସହ ଦେବଜାନ ପାଢ଼ୀ ୯୬.୬ ପ୍ରତିଶତ ନମ୍ବର ରଖ୍ ଦ୍ୱିତୀୟ ଏବଂ ହରସିତ୍ ଚନ୍ଦ୍ରା ୯୬.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଏଥିସହିତ ୨୫ଜଣ ୯୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୪୫ଜଣ ୮୦ ପ୍ରତିଶତ, ୫୬ଜଣ ୭୦ ପ୍ରତିଶତ ଏବଂ ଅନ୍ୟସମସ୍ତେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି । ଏନେଇ ଆଜି ସ୍କୁଲ ପରିଚାଳନା କମିଟି ପକ୍ଷରୁ ଏକ ଶୁଭେଚ୍ଛା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ସ୍କୁଲର ଚେୟାରମ୍ୟାନ ଦେବାଶିଷ ଦିକ୍ଷିତ ଓ ଅଧ୍ୟକ୍ଷ ଡକ୍ଟର କଳ୍ପତରୁ ସାହୁ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର/ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଉତରୋତର ଉନ୍ନତୀ କାମନା କରିଥିଲେ ।

ଏହି ସଫଳତା ପଛରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ଅଧ୍ୟକ୍ଷ ଶ୍ରୀ ସାହୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ l















