ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠିଗତ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ସ୍ବଚ୍ଛଳତା ନଥିବା ୧୭ଟି ଯୋଡିଙ୍କ ବିବାହ ପାଇଁ ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର୍ ଡି ସମାଜସେବୀ ସଂଗଠନ ଦ୍ଵାରା ଆସନ୍ତା ତା ୨୧.୦୪.୨୦୨୬ ରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି।














