ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶିକ୍ଷାରେ କଳଙ୍କ ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କରେ ଚୁନ ଲଗାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ମଦ୍ୟପ ବିଜ୍ଞାନ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଶିକ୍ଷକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗ୍ରାମର ଜିତେନ୍ଦ୍ର ମଳିକ (୪୬) । ସୂଚନା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅନ୍ତର୍ଗତ ପିକରଡ଼ି ସ୍ଥିତ ବ୍ଲକ ଗ୍ରାଣ୍ଡ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।

ପୂର୍ବରୁ ସେ ସ୍କୁଲ ହଷ୍ଟେଲରେ ରହିବା ସମୟରେ ମଦ୍ୟପାନ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକଙ୍କ ନିଷ୍ପତ୍ତି କ୍ରମେ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା। ତଥାପି ସେ ପିକରଡ଼ି ଗ୍ରାମରେ ରହି ସ୍କୁଲକୁ ଯାଉଥିଲେ। ତେବେ ଗ୍ରାମରେ ରହିବା ସମୟରେ ସେ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଛାତ୍ରୀଙ୍କ ମାଆ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଟିକାବାଲି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷକଙ୍କୁ କାବୁ କରିଥିଲା ।

ଏ ନେଇ ଟିକାବାଲି ଥାନାରେ କେସ୍ ନମ୍ବର ୮୦/୨୬ ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଶିକ୍ଷକଙ୍କ ଏଭଳି ଅମାନୁଷିକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ, ବାହାର ଜିଲ୍ଲାରୁ ଆସି ଏଠାରେ ରହୁଥିବା କିଛି ବ୍ୟକ୍ତିଙ୍କ ଅପରାଧିକ ଗତିବିଧିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତଥା ଚର୍ଚ୍ଚା ଜୋର ଧରିଛି ।