• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

Proprietor Abhimanyu Maharana by Proprietor Abhimanyu Maharana
April 16, 2026
in ଓଡ଼ିଶା, ଗଞ୍ଜାମ, ବାଣିଜ୍ୟ, ହୋମ୍
0
ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ
Share on FacebookShare on TwitterWhatsapp

ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି । ଏହି କ୍ରମରେ କମ୍ପାନୀ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପାୱାର ସବ୍-ଷ୍ଟେସନ (ପିଏସ୍ଏସ୍) ରେ ସ୍ଥାପନ କରାଯାଇଛି । ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ, ଭବିଷ୍ୟତ ପ୍ରସ୍ତୁତ ଏବଂ ସ୍ଥିର ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଥିବା ପ୍ରତିବଦ୍ଧତାକୁ ଏହି ଅଭିନବ ପଦକ୍ଷେପ ଦର୍ଶାଉଛି ।

ସହରାଞ୍ଚଳ, ସରକାରୀ ପ୍ରତିଷ୍ଠାନ ଏବଂ ଉଦୀୟମାନ ବାଣିଜ୍ୟିକ କାର୍ଯ୍ୟକଳାପର ମିଶ୍ରଣ ସହିତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଜିଲ୍ଲା ମୁଖ୍ୟାଳୟ ଭାବେ ରାୟଗଡ଼ା ଏହି ଅଞ୍ଚଳରେ ଏକ ରଣନୈତିକ ଗୁରୁତ୍ୱ ବହନ କରେ । ଏଥିସହିତ ଏହା ମଧ୍ୟ ଜନଜାତି ଏବଂ ଗ୍ରାମାଞ୍ଚଳ ପାଇଁ ଏକ ପ୍ରମୁଖ ପ୍ରାଶାସନିକ ଓ ସଂଯୋଗ କେନ୍ଦ୍ର ଭାବରେ ସେବା ଯୋଗାଇଥାଏ । ଶାସନ, ଜନସେବା, ସ୍ଥାନୀୟ ବ୍ୟବସାୟ ଏବଂ ସାମଗ୍ରିକ ଭାବରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏହି ଅଞ୍ଚଳରେ ଦୃଢ଼ ତଥା ସ୍ଥିର ଓ ଭରସାଯୋଗ୍ୟ ବିଜୁଳି ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସହରର ବର୍ଦ୍ଧିତ ବିଜୁଳି ଚାହିଦାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ କରାଯାଇଛି । ଏହି ଉନ୍ନତିକରଣ ଫଳରେ ଓଭରଲୋଡିଂ ସମସ୍ୟା ଦୂରୀଭୂତ ହେବ । ଏଥିସହିତ ବିଦ୍ୟୁତ ସଂସ୍ଥାପନର କ୍ଷମତା ବୃଦ୍ଧି ପାଇବା ସହିତ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି ।

ନୂତନ ଭାବରେ ସ୍ଥାପନ ହୋଇଥିବା ଏହି ଟ୍ରାନ୍ସଫର୍ମର ବର୍ତ୍ତମାନ ୧୧କେଭି ଟାଉନ – ୩ ଫିଡରକୁ ବିଦ୍ୟୁତ ଯୋଗାଣ କରିବ । ଫଳତଃ ଏହି ଉନ୍ନତିକରଣ ଯୋଗୁଁ ବହୁ ଘରୋଇ ଉପଭୋକ୍ତା, ସରକାରୀ କାର୍ଯ୍ୟାଳୟ ସମେତ ପ୍ରମୁଖ ଜିଲ୍ଲା ପ୍ରଶାସନର ସୁବିଧା ମିଳୁଥିବା ଅଞ୍ଚଳ ସହିତ ପ୍ରାୟ ୮,୦୦୦ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି । ଏଥିସହିତ ନୂତନ ୩୩କେଭି ଏବଂ ୧୧କେଭି ଲାଇନ ସଂଯୋଗ ଯୋଗୁଁ ପୁରୁଣା ଭିତ୍ତିଭୂମି ଉପରେ ଥିବା ଲୋଡ୍ ହ୍ରାସ ପାଇବ ଏଥିସହିତ ବିଦ୍ୟୁତ ପରିଚାଳନା ଅଧିକ ସୁଗମ ଓ ଦକ୍ଷତାର ସହିତ ହୋଇପାରିବ ।

ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ସବଷ୍ଟେସନରେ ଏକ ୩୩ କେଭି ରିଙ୍ଗ ମେନ୍ ୟୁନିଟ୍ (ଆରଏମୟୁ) ମଧ୍ୟ ସ୍ଥାପନ ହୋଇଛି । ଯାହା ଏକ ଦ୍ୱୈତ ଉତ୍ସକୁ ସମର୍ଥନ କରେ ଏଥିସହିତ ଜରୁରୀକାଳୀନ ସମୟରେ ଓ ଫିଡରରେ କୌଣସି ତୃଟି ହେଲେ ମଧ୍ୟ ବିଦ୍ୟୁତ ଯୋଗାଣ ଦିଗରେ ସ୍ଥିରତା ଆଣିବାରେ ସହାୟକ ହେବ ।

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଦିଗରେ ଟିପିଏସ୍ଓଡିଏଲ୍ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ । ଉପଭୋକ୍ତାମାନେ ଏହି ଉନ୍ନତୀକରଣ ପରେ ବିଦ୍ୟୁତ ଯୋଗାଣରେ କମ୍ ବାଧା, ଉନ୍ନତ ଭୋଲ୍ଟେଜ ସ୍ଥିରତା ଏବଂ ସାମଗ୍ରିକ ସେବା ପାଇବାରେ ସମର୍ଥ ହେବେ । ଯାହା ସହରର ଅଭିବୃଦ୍ଧି ଓ ବିକାଶକୁ ବଳ ଯୋଗାଇବ । ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି,

“ସମଗ୍ର ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ । ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ ହୋଇଥିବା ଏହି ନୂତନ ଟ୍ରାନ୍ସଫର୍ମର ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ । ଏହା ରାୟଗଡ଼ାର ଲୋକଙ୍କୁ ବିଶେଷ ଭାବରେ ଉପକାର ପ୍ରଦାନ କରିବା ସହିତ ଜିଲ୍ଲାର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରା କରିବ” । ଟିପିଏସ୍ଓଡିଏଲ୍ ନିରନ୍ତର ଭିତ୍ତିଭୂମିର ଉନ୍ନତିକରଣ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରି ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ପ୍ରତିବଦ୍ଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version