ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ୮୨୩ତମ ଶାଖା ଉଦ୍ଘାଟନ କରାଯାଇଛି ଯାହା ଫଳରେ ରାଜ୍ୟରେ ଏହାର ଉପସ୍ଥିତି ସୁଦୃଢ଼ ହୋଇଛି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି । ଏହା ସହିତ ଓଡ଼ିଶାରେ ବ୍ୟାଙ୍କର ଶାଖା ସଂଖ୍ୟା ୮୯ରେ ପହଂଚିଛି। ସେଥିରୁ ୬୩ ଟି ହେଉଛି ଅଣ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ (ୟୁଆର୍ବି)। ବ୍ୟାଙ୍କ ପହଂଚିନଥିବା କିମ୍ବା ପର୍ଯ୍ୟାପ୍ତ ବ୍ୟାଙ୍କ ସେବା ମିଳୁନଥିବା ଅଂଚଳରେ ସଂଗଠିତ ବ୍ୟାଙ୍କିଙ୍ଗ ସେବା ପହଂଚାଇବା ପାଇଁ ଆମର ଜାରି ରହିଥିବା ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।














