No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ ଇଉନିକ୍ ଟେକ୍ କଲେଜ ପରିସରର ସମ୍ମିଳନୀ କକ୍ଷରେ ପୋକ୍ସୋ ଆକ୍ଟ ଉପରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସଚିବ ଅଞ୍ଜଳି ମଛଖଣ୍ଡ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।
ନିଜ ବକ୍ତବ୍ୟରେ ସଚିବ ଅଞ୍ଜଳି ମଛଖଣ୍ଡ ପୋକ୍ସୋ ଆକ୍ଟର ମୂଳ ଧାରଣା, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ତଥ୍ୟବହୁଳ ଆଲୋଚନା କରିଥିଲେ । ସେ ସୁପ୍ରିମ କୋର୍ଟର ନିର୍ଦ୍ଦେଶିକା ଅନୁଯାୟୀ ନାରୀ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ବରିଷ୍ଠ ଓକିଲ ଦଣ୍ଡପାଣି ସ୍ୱାଇଁ, ଉପାଧ୍ୟକ୍ଷ କେ. ଦଣ୍ଡପାଣି ପାତ୍ର, ଅଧ୍ୟାପିକା ସ୍ମିତା ରାଣୀ କର ଓ କାଉନସିଲର କ୍ଷଣପ୍ରଭା କର ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର, କର୍ମଚାରୀମାନେ ଓ ଇଉନିକ୍ ଟେକ୍ କଲେଜର ସୁରେଶ ଚନ୍ଦ୍ର ଡାକୁଆ, ପ୍ରଫୁଲ୍ଲ କୁମାର ନିଶଙ୍କ, ପ୍ରଶାନ୍ତ କୁମାର ମହାପାତ୍ର, ସୁଧାଂଶୁ ଶେଖର ପଟ୍ଟନାୟକ ଓ ନବୀନ ରଞ୍ଜନ ସାହୁ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।







No Result
View All Result