ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର ) ବ୍ରହ୍ମପୁର :- ଦେଶରେ ଚାଲିଥିବା କୋରନା ମହାମାରୀର ଉପଶମ, ପ୍ରତିକାର ଓ ଦେଶର ମଙ୍ଗଳ କାମନା କରି ବ୍ରହ୍ମପୁର ମହାନଗର ନିଗମ ଓ ସଲଗ୍ନ ବ୍ରାହ୍ମଣ ପୁରୋହିତ ପଣ୍ଡିତ ମାନଙ୍କ ଦ୍ବାରା ଗତ ୨୪ ତାରିଖ ଠାରୁ ଶୁଭାରମ୍ଭ ହୋଇ ୨୫, ୨୬, ୨୭ ତାରିଖ ତଥା ଗୁରୁ, ଶୁକ୍ର, ଶନି, ରବିବାର ୪ଦିନ ପର୍ଯ୍ୟନ୍ତ ତ୍ରୀବିନାତ୍ମକ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହରିଡାଖଣ୍ଡି ବାଲୁଙ୍କେଶ୍ବର ଶିବ ମନ୍ଦିର ନିକଟସ୍ଥ ଶ୍ରୀ ଶ୍ରୀ କାଶୀ ବିଶ୍ବନାଥ ମହାଦେବଙ୍କ ପୀଠ ପ୍ରାଙ୍ଗଣରେ ବିଶ୍ବର ଜନ କଲ୍ୟାଣ ଓ ମହାମାରୀ ରୋଗର ଉପଶମ ପାଇଁ ପଣ୍ଡିତ ମାନଙ୍କ ମିଳିତ ଆନୁକୁଲ୍ୟରେ ହରିହରାତ୍ମକ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ନାହୁତି ଅନୁଷ୍ଠିତ ହୋଇଥିଲା ।
ଏହାସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନିମନ୍ତେ ସ୍ଥାନୀୟ ଥାନାଧିକାରୀଙ୍କ ସ୍ବୀକୃତି ପ୍ରାପ୍ତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ନିମନ୍ତେ ଧାର୍ଯ୍ୟ ହୋଇଥିବା ନିୟମାବଳି ଗୁଡିକୁ ମଧ୍ୟ ପାଳନ କରାଯାଇ ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମକୁ ସମ୍ପାଦକ କରାଯାଇଥିଲା । ଏହାସହ ସ୍ବଳ୍ପ ବ୍ରାହ୍ମଣ ଏବଂ ବିନା ଭକ୍ତମାନଙ୍କ ଦ୍ଵାରା ଅନୁଷ୍ଠିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ପରିଚାଳକ ପଣ୍ଡିତ ଉମାକାନ୍ତ ରଥ ଶର୍ମା, ପଣ୍ଡିତ ବାବୁଲା କୁମାର ସଢଙ୍ଗୀ, ଆଚାର୍ଯ୍ୟ ବିରୁପାକ୍ଷ ରଥ, ପ୍ରଚାରକ ହେମନ୍ତ କୁମାର ଶତପଥି, ସନ୍ତୋଷ କର ଶର୍ମା, ଗୋବିନ୍ଦ ଦାସ, କିରଣ କୁମାର ପାଢୀ, ବିଶଙ୍କ ଦାସ, ରାମକୃଷ୍ଣ ସଢଙ୍ଗୀ, ବିଶ୍ବଚରଣ ସଢଙ୍ଗୀ, ନିରଂଜନ ନନ୍ଦଙ୍କ ସମେତ ସମସ୍ତ ପଣ୍ଡିତଗଣ ମାନଙ୍କ ତତ୍ବାବଧାନରେ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା ଓ ସମ୍ପାଦନ କରାଯାଇଥିଲା । (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ )