ମାଲକାନଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଡିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଶତାଧିକ ସ୍ଥାନୀୟ ବାସିନ୍ଦା ନିଜର ବିଭିନ୍ନ ସମସ୍ୟା ନେଇ ପହଞ୍ଚିଥିଲେ। ଏହି ଶିବିରରେ ମୋଟ ୮୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା,














