ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍ ହାଉସ୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନାରେ। ସ୍ଥାନୀୟ ଶିବ ମନ୍ଦିର ନିକଟରେ ଥିବା ପମ୍ପ ହାଉସ୍ରେ ବୁଧବାର ଭୋର ସମୟରୁ ମୋହନା ସହରର ବିଭିନ୍ନ ସାହିକୁ ଜଳ ଯୋଗାଣ ଚାଲିଥିଲା। ଯେଉଁ ପମ୍ପ୍ରେ ଜଳ ଯୋଗାଣ ଚାଲିଥିଲା ଦିନ ୧୦ ଘଣ୍ଟା ସମୟରେ ହଠାତ୍ ତାରଗୁଡିକରୁ ନିଆଁ ବାହାରି ମିଟର ସଟ୍ସର୍କିଟ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା।















