ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବିଗତ ୧୦ ବର୍ଷ ଧରି ବସତି ସ୍ଥାପନ କରିଥିବା ଉପଲଡାର ଶବର ବସ୍ତିକୁ ସେଠାରେ ହଟେଇବା ପାଇଁ ଗଜପତି ପ୍ରଶାସନ ଉଦ୍ୟମ କରୁଥିବା ସେଠାରେ ଲୋକେ ଅଭିଯୋଗ କରି ପ୍ରତିବାଦ ଜଣାଇଛନ୍ତି. ଏହି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମର ଶବର ବସ୍ତିରେ ଗଜପତି ଜିଲ୍ଲା ପ୍ରଶାସନ ଆକ୍ରୋଶମୂଳକ ଭାବେ ସେଠାରେ ବସବାସ କରୁଥିବା ୧୪ଟି ପରିବାରକୁ ସେଠାରୁ ହଟେଇବାକୁ ଉଦ୍ୟମ କରୁଛି ବୋଲି ସେମାନେ ଅଭିଯୋଗ କରି କହିଛନ୍ତି, ସେଠାରେ ଗତ ଦଶ ବର୍ଷ ହେଲା ଶବର ଗୋଷ୍ଠୀ ପରିବାର ବସତି ସ୍ଥାପନ କରି ଆସୁଛୁ. ବର୍ତ୍ତମାନ ସେ ସ୍ଥାନ ଛାଡିବାକୁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ ।














