କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡା ଜିଲ୍ଲାରେ ଚୋରା ମଦ ଓ ବ୍ରାଉନ ସୁଗାର ବ୍ୟାପକ ପରିମାଣ ରେ କାରବାର ହେଉଥିବା ଜିଲ।ପ।ଳଙ୍କ ନିକଟରେ ଅଭିଯୋଗ ପରେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଧରି ହାଜତକୁ ପଠାଉଥିବା ବେଳେ

ଏହି ଅଭିଯୁକ୍ତ ମାନେ ମାନ୍ୟବର କୋର୍ଟରୁ ଜାମିନରେ ଆସିବା ପରେ ପୁନର୍ବାର ସେହି ବ୍ୟବସାୟ ରେ ଲିପ୍ତ ହେଉଥିବା ଅଧିକାଂଶ ଯୁବକ ମାନଙ୍କୁ ଦେଖୁବାକୁ ମିଳୁଛି । କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବାସୁଳାଇ ଗ୍ରାମର ଆଲୋକ ପରିଡାଙ୍କ ଠାରୁ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।














