ମାଲକାନଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସାହସୀ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ବଣ୍ଡାବାକୁଲି ବନ୍ଧଠାରେ ବାଳିକାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ତରଣ ଓ ସ୍ୱୟଂ ପ୍ରତିରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, ବାଳିକାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରିବା ଆମର ମୁଖ୍ୟ ଲକ୍ଷ୍ୟ ।














