• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବିକାଶ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ୬ ଅଭିଯୁକ୍ତ ଅଦାଲତ ଚାଲାଣ

Proprietor Abhimanyu Maharana by Proprietor Abhimanyu Maharana
April 7, 2026
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ବିକାଶ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ୬ ଅଭିଯୁକ୍ତ ଅଦାଲତ ଚାଲାଣ
Share on FacebookShare on TwitterWhatsapp

ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନ ସିନ୍ଦୂରିଆ ଗ୍ରାମରେ ଗତ ଜାନୁଆରୀ୨୬ ତାରିଖ ସନ୍ଧ୍ୟାରେ ବରପାଲ୍ଲୀ ଗ୍ରାମର ବିକାଶ ପ୍ରଧାନ(୨୨)ଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ରହସ୍ୟ ପୁଲିସ ଉନ୍ମୋଚନ କରିବା ସହ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ଗିରଫ କରି ଅଦାଲତ ଚାଲାଣକରିଥିବା ଜିଲା ଆରକ୍ଷୀ ଅଧୀକ୍ଷୀ କl ଏସ. ସୁଶ୍ରୀ ସୋମବାର ଅପରାହ୍ନ ୫ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମୃତକଙ୍କ ବଡ଼ଭାଇ ମାନସ ପ୍ରଧାନ(୨୫) ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାନୁଆରୀ ମାସ ୩୧ ତାରିଖରେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ରଣପୁର ଥାନା ସିନ୍ଦୂରିଆ ଗ୍ରାମର ବ୍ରଜବନ୍ଧୁ ପ୍ରଧାନ(୫୫), ମାନସ ପ୍ରଧାନ(୨୩),ସୁଶାନ୍ତକୁମାର ପ୍ରଧାନ(୨୫) ମନୋଜକୁମାର ପ୍ରଧାନ(୨୦)ସଦାନନ୍ଦ ପ୍ରଧାନ(୨୧) ଓ ନରୋତ୍ତମପ୍ରଧାନ (୪୫)ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ମୃତ ବିକାଶଙ୍କ ସିନ୍ଦୂରିଆଗ୍ରାମର ବ୍ରଜବନ୍ଧୁ ପ୍ରଧାନଙ୍କ ଭାଣିଜୀସହିତ ଦୁଇବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ସେମାନେ ପ୍ରାୟତଃ ସିନ୍ଦୂରିଆ ଗ୍ରାମ ଏବଂ ନିକଟବର୍ତ୍ତୀଅଞ୍ଚଳରେ ପରସ୍ପରକୁ ଭେଟୁଥିଲେ। ତା ୨୬.୦୧.୨୦୨୬ରିଖ ଦିନ ମୃତ ବିକାଶ ପ୍ରଧାନ ଲଡୁ କିଶୋର ପ୍ରଧାନଙ୍କ କୋଦାଳପଲ୍ଲୀ ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲା । ସେ ଏକ ସ୍କୁଟିରେ କୁଶପଲ୍ଲାର ଜଣେ ନାବାଳକ ପୁଅ ସହିତ ପ୍ରେମିକାକୁ ଦେଖା କରିବା ପାଇଁ ସିନ୍ଦୁରିଆ ଗ୍ରାମ ନିକଟକୁ ଯାଇଥିଲେ । ବିକାଶ ଏକ ପୋଲ ପାଖରେ ନାବାଳକ ପୁଅକୁ ଅପେକ୍ଷା କରିବାକୁ କହି ସେ ଧାନ କ୍ଷେତ ଦେଇ ପ୍ରେମିକାକୁ ଭେଟିବାକୁ ଯାଇଥିଲା।

ଭେଟିବା ସରିବା ପରେ ମୃତ ବିକାଶ ସେହି ସ୍ଥାନରୁ ଫେରୁବା ବେଳେକୁ ବ୍ରଜବନ୍ଧୁ ପ୍ରଧାନ (ଅଭିଯୁକ୍ତ ବ୍ରଜ ପ୍ରଧାନର ଭାଣିଜୀର ବଡ଼ ବାପା)ଙ୍କ ନଜରକୁ ଆସି ଥିଲା ।  ଯିଏକି ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲା । ବ୍ରଜବନ୍ଧୁ ପ୍ରଧାନ, ସଦାନନ୍ଦ ପ୍ରଧାନ (ସଦେଇ)ଏବଂନରୋତ୍ତମ ପ୍ରଧାନ (ନାରିଆ )ଙ୍କ ସାହାଯ୍ୟରେ ବିକାଶକୁ ଅଟକାଇଥିଲା । ଏପରିକି ଅଭିଯୁକ୍ତ ବ୍ରଜ ଏବଂ ନରୋତ୍ତମଙ୍କ ଦ୍ୱାରା ଝଗଡ଼ା, ଧମକ ଏବଂ ଚାପୁଡ଼ା ମାରା ଯାଇଥିଲା । ଏହାକୁ ଦେଖି ନାବାଳକଟି ନିଜ ଜୀବନ ବଞ୍ଚାଇ ସ୍କୁଟି ନେଇ ସେହି ସ୍ଥାନରୁ ପଳାଇ ଆସିଥିଲା ।

ସେହି ସମୟରେ, ସୁଶୁନ୍ତ ପ୍ରଧାନ (ଗାଜି), ମାନସ ପ୍ରଧାନ ଏବଂ ମନୋଜ ପ୍ରଧାନ ଏକ ବାଇକରେ ଘଟଣାସ୍ଥଳରେ ପହଞ୍ଚି ଥିଲେ।  ବ୍ରଜବନ୍ଧୁ ଓ ନରୋତ୍ତମଙ୍କ ନିର୍ଦ୍ଦେଶ ଅନୁସାରେ, ସଦେଇ, ଚୁଇନ୍ ଏବଂ ମାନ ମୃତ ବିକାଶ ପ୍ରଧାନଙ୍କ ହାତକୁ ଗାମୁଛାରେ ବାନ୍ଧି ରାସ୍ତା ପାର୍ଶ୍ୱ ଜଙ୍ଗଲକୁ ଟାଣି ନେଇଥିଲା। ସେଠାରୁ ବ୍ରଜ, ନାରିଆଙ୍କ ଓ ଗାଜି ବିବାହ ପାର୍ଟିକୁ ଯାଇଥିଲେ ଏବଂ ଅଧ ଘଣ୍ଟା ମଧ୍ୟରେ ଘଟଣାସ୍ଥଳକୁ ଫେରି ଆସିଥିଲେ। ପରେ ଗାଜି ଘଟଣାସ୍ଥଳ ନିକଟରୁ ଏକ ବାଉଁଶ ଲାଠି ସଂଗ୍ରହ କରି ବିକାଶଙ୍କ ପଛ ପାର୍ଶ୍ୱ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା ।

ଯାହା ଫଳରେ ବିକାଶ ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲା। ବ୍ରଜ ଗାଜିଙ୍କ ଠାରୁ ବାଉଁଶ ଲାଠି ନେଇ ସେହି ଲାଠିରେ ବିକାଶକୁ ମଧ୍ୟ ଆକ୍ରମଣ କରିଥିଲା । ତେବେ ବିକାଶ ଚେତାଶୂନ୍ୟ ହୋଇଯାଇଥିଲା । ଅଭିଯୁକ୍ତ ଗାଜି, ନାରିଆ, ବ୍ରଜ, ମାନ ବିକାଶଙ୍କ ଶରୀରକୁ ତାଙ୍କ ହାତ ଏବଂ ଗୋଡ଼କୁ ଧରି ଉଠାଇ ନେଇଥିଲେ । ମୃତକଙ୍କ ପଛ ପାର୍ଶ୍ୱ ପକେଟରେ ମୋବାଇଲ୍ ଫୋନ୍ ରଖି ବିକାଶଙ୍କ ମୃତଦେହକୁ କାନିଆ ନାଳାରେ ଫିଙ୍ଗି ଦେଇଥିଲେ । ସମସ୍ତ ଅଭିଯୁକ୍ତମାନେ ସେଠାରୁ ନିଜ ନିଜ ଘରକୁ ଚାଲିଯାଇଥିଲେ। ନାବାଳକଟି କିଛି ଦିନ ଧରି ଅଭିଯୁକ୍ତମାନଙ୍କ ଭୟରେ କାହାରିକୁ କିଛି ଜଣାଇ ନଥିଲା ।

କିନ୍ତୁ ତଦନ୍ତ ସମୟରେ ପୋଲିସ ସମ୍ମୁଖରେ ସମ୍ପୂର୍ଣ ଘଟଣା ବର୍ଣ୍ଣନା କରିଥିଲା । ସେଠାରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ପରେ ସେମାନେ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ । ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ ଘଟଣାର ଅନୁସନ୍ଧାନ କରି ଦୁଇମାସ ଭିତରେ ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ସହିତ ଅପରାଧ କରା ଯାଇଥିବା ଅସ୍ତ୍ର ଏବଂ ଚପଲ ଉଦ୍ଧାର କରିଥିଲେ ! ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ସୁବାସ ପଣ୍ଡା, ଡିଏସପି ନିହାର ରଞ୍ଜନ ମହାନ୍ତି, ରଣପୁର ଥାନାଧିକାରୀ ଆଶିଷଦେବ ସାହୁ ପ୍ରମୁଖ ଉପସ୍ଥିତଥିଲେ !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version