ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ଛତ୍ରପୁର :- ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫେରନ୍ସି ହଲ ରେ ଶନିବାର ଅପରାହ୍ନ ରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସି ମାଧ୍ୟମରେ ଡିଆରଡିଏ ର ସମୀକ୍ଷା କରିଛନ୍ତି । ଏମଜିଏନଆରଇଜିଏ , ମୋ ଉପକାରିତା ଠାରୁ ଆରମ୍ଭ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଡିଆରଡିଏ ପିଡି ସିନ୍ଦେ ତତ୍ତାତ୍ରୟ ଭାଉସାହେ, ଏପିଡି ଜ୍ୟୋତି ଶଙ୍କର ରାୟ. ଓଏସଡି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ)