କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜିଠାରେ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ କୁମାର ତରିଆ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପଟେଲ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ବେଲପଡ଼ା ପି.ଏସ୍ ଡିଗ୍ରୀ କଲେଜର ଇତିହାସ ଅଧ୍ୟାପକ ଶ୍ରୀ ସୁଦାମ ମହାପାତ୍ର ଯୋଗଦେଇ ଶିକ୍ଷା ଓ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି କ୍ଲଷ୍ଟର ସମ୍ପାଦକ (CRCC) ଶ୍ରୀ ଦିନେଶ ମହନନ୍ଦ, ବୁରୋମଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୁଦତ୍ତ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ରଶ୍ମିତା ସାହୁ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା ଦାୟିତ୍ୱରେ ଶ୍ରୀ ରାଧେଶ୍ୟାମ କୁମ୍ଭାର ଓ ସୁଧୀର କୁମାର ସଗ୍ରିଆ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀ କମଳ ଜିତ୍ ବାଇକ, ବିଦୁର ସିକା, ଭାବଗ୍ରାହୀ ମେହେର, ମନୋଜ ମଲ୍ଲିକ, ନିମାଇ ଚରଣ ପ୍ରଧାନ, ପ୍ରହଲ୍ଲାଦ ଧରୁଆ, ମଧୁସୂଦନ ପଟେଲ, ମିସ୍ ହେମିନ ଧାରୁଆ, ଶ୍ରୀମତୀ ରାଜଶ୍ରୀ ପୂଜାରୀ, ପ୍ରତିଭା ନାୟକ, ନମିତା ପାଣିଗ୍ରାହୀ ଏବଂ ସଂଗୀତା ସେଠ୍ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା ।













