ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଭାରତୀୟ ସଂସ୍କୃତିରେ କୃଷ୍ଣ ଦର୍ଶନର ଏକ ସ୍ୱତନ୍ତ୍ରତା ଅଛି l ତନ୍ମଧ୍ୟରେ ଲଉଡ଼ି ସଂସ୍କୃତି ଅନ୍ୟତମ l କଠିକୁ କାଠିରେ ବାଡେଇ ଏକ ସ୍ୱତନ୍ତ୍ର ଧ୍ୱନି ସୃଷ୍ଟି କରିବା ଲଉଡ଼ି ଖେଳର ତାତ୍ପର୍ଯ୍ୟ l ଓଡ଼ିଶାରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ରଚିତ ଗୋପାଳ ଓଗାଳ ବି ଏହି ସଂସ୍କୃତିର ସୁରକ୍ଷା କବଚ ଭାବେ ବିଦ୍ୟମାନ l ଗୋପାଳ ଭାଇମାନେ ଲଉଡ଼ି ଖେଳ ମାଧ୍ୟମରେ ଉକ୍ତ ସଂଗୀତ ପରିବେଷଣ କରି ଗ୍ରାମାଞ୍ଚଳରେ ମନୋରଞ୍ଜନ ଯୋଗାଇଦେବା ସହ ଆଧ୍ୟାତ୍ମିକ ଚେତନ ବିତରଣ କରିବା ଓ ଜନମାନସକୁ ସଂସ୍କୃତି ପ୍ରତି ସଚେତନ କରାଇଥାନ୍ତି

ବୋଲି ବକ୍ତାମାନେ ବୁଧବାର ରାୟରଘୁନାଥପୁର ମା ନାରାୟଣୀ ମନ୍ଦିରରେ ହେଉଥିବା ମା ନାରାୟଣୀ ଲଉଡ଼ି ମଣ୍ଡଳୀ ତରଫରୁ ଲଉଡ଼ି ମହୋତ୍ସବ ସଭା ଓ ଲଉଡ଼ି ପ୍ରତିଯୋଗିତାରେ ବକ୍ତାମାନେ ମତଦେଇଛନ୍ତି l ପୂର୍ବତନ ପ୍ରଧାନଶିକ୍ଷକ କଳିଙ୍ଗ କୁମାର ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ହାଇକୋର୍ଟ ବାରଆସୋସିଏସନ ର ପୂର୍ବତନ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି, ବରେଣ୍ୟ ଅତିଥିତି ଭାବେ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା, ସରପଞ୍ଚ ତରୁଣ କୁମାର ଦାସ, ପୂରଣ ମଣ୍ଡଳ ସଭାପତି ଶୁଭ୍ରଜିତ ସାହୁ ଯୋଗଦେଇ ଉପରୋକ୍ତ ମତ୍ତ ଦେଵା ସହ ଉତ୍କଳ ଦିବସର ମହାତ୍ମ୍ୟ ଉପରେ ଅଭିଭାଷଣ ରଖିଥିଲେ l

ଅନୁଷ୍ଠାନର ସମ୍ପାଦକ ଆଡ଼ଭୋକେଟ ରଶ୍ମୀକାନ୍ତ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଧୀର ରଞ୍ଜନ ବେହେରା, ଗାୟକ କେଶବ ଚନ୍ଦ୍ର ବେହେରା, ମନୋଜ ବେହେରା, ଲମ୍ବୋଦର ବେହେରା, ଶୁଭେନ୍ଦୁ ବେହେରା, ବିଶ୍ୱରଂଜନ ବେହେରା, ପରମାନନ୍ଦ ବେହେରା,
ପ୍ରମୁଖ ଲଉଡ଼ି ମାଷ୍ଟର ସ୍ବର୍ଗତ ଭଗବାନ ବେହେରା ଙ୍କ ସ୍ମୃତି ଉଦେଶ୍ୟରେ ହେଉଥିବା ଲଉଡ଼ି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l ଏଥିରେ 9 ଗୋଟି ଲଉଡ଼ି ଦଳ ଭାଗ ନେଇ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ ବ୍ରାହ୍ମଣ ବାଡ଼ ଲଉଡ଼ି ଦଳ ପ୍ରଥମ ଓ ଦଣ୍ଡାସାହି ଲଉଡ଼ିଦଳ 2 ୟ ସ୍ଥାନ ହାସଲ କରି ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ l ଶେଷରେ ନିମାଇଁ ଚରଣ ଦାସ ଧନ୍ୟବାଦ ଦେଇଥିଲେ l














