ମାଲକାନଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଓଡ଼ିଶା ଦିବସ ଅବସରରେ ମାଲକାନଗିରି ସହରର ଡି.ଏନ୍.କେ ଖେଳ ପଡ଼ିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରଶାସନ-୧୧ ଏବଂ ପୋଲିସ-୧୧ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ରୋମାଞ୍ଚକର ଲଢ଼େଇରେ ପୋଲିସ-୧୧ ଦଳ ବିଜୟ ହାସଲ କରିଛି।














