ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା | ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ | ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ ଆୱାର”ର ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ |

ଛାତ୍ରଛାତ୍ରୀମାନେ ମୋଟର ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସଡ଼କରେ ଦିଆଯାଇଥିବା ସଂକେତ ବିଷୟରେ ଜାଣିବା ପାଇଁ ଶ୍ରୀମତି ସାହୁ ବିଶେଷ ଗୁରୁତ୍ବ ଦେଇଥିଲେ | ଯୁବ ଏନ୍.ଏନ୍.ଏସ୍. ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |















