ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟତ ଗଜପତି ଜିଲ୍ଲାରେ ବୟସ୍କ ହୁଦ୍ ରୋଗୀ ଙ୍କ ସଂଖ୍ୟା ଅଧିକା ଥିବା ଓ ପଇସା ଅସୁବିଧା ରୁ ଚିକିତ୍ସା ନକରି ସ୍ବାସ୍ଥ୍ୟ ବିଗିଡିବା ଦେଖି ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କ ଅନୁରୋଧ ରେ ହାଇଟେକ୍ ମେଡ଼ିକାଲ୍ ପ୍ରତିଷ୍ଠାତା ତଥା ହାଇଟେକ୍ ଗ୍ରୁପ ଅଧକ୍ଷ ଡ. ତିରୁପତି ପାଣିଗ୍ରାହୀ ଙ୍କ ପ୍ରଚେଷ୍ଟା ରେ ଆଜି ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।














