ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର :- ନାୟିକା ସୃଷ୍ଚିର ଏକ ସୂକ୍ଷ୍ମ ଅଭିବ୍ୟକ୍ତି ଯାହା ନାରୀ ରୂପ, ସୈନ୍ଦର୍ଯ୍ୟ, ପ୍ରେମ, ବିରହ, ଶକ୍ତି ଓ ଭକ୍ତିକୁ ଅଭିବ୍ୟକ୍ତ କରେ ତାହାର ଏକ ସୁନ୍ଦର ଉପସ୍ଥାପନା ଭାବେ ଅଙ୍ଗରାଗ ପକ୍ଷରୁ ୫ମ “ନାୟିକା ଓଡିଶୀ ନୃତ୍ୟ ଉତ୍ସବ ୨୦୨୬” ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ।

ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ୫ମ “ନାୟିକା ସମ୍ମାନ” ଯାହା ପଦ୍ମଶ୍ରୀ ଗୁରୁ ଗୀତା ମହାଲିକଙ୍କୁ ପ୍ରଦାନ କରାଯାଇଛି, ତାଙ୍କର ସମଗ୍ର ଜୀବନ ଓଡିଶୀକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିଷ୍ଠିତ କରିବାରେ ଅପାର ଅବଦାନ ରଖିଛନ୍ତି ।

ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ଏକ ସମୃଦ୍ଧ ପାରମ୍ପରିକ ଐତିହ୍ୟକୁ ସମ୍ମାନ ଜଣାଇଲା, ଯାହା ଆଗାମୀ ପିଢ଼ୀକୁ ପ୍ରେରଣା ଦେଇ ଆସୁଛି। ସେହିପରି ଗୁରୁ ଶ୍ରୀ ସତ୍ୟବାନ ପଶ୍ଚିମକବଟାଙ୍କୁ “ନାୟିକା କଳା ସାଧକ ସମ୍ମାନ” ପ୍ରଦାନ କରାଯାଇଥିଲା, ତାଙ୍କର କଳା ଓ ସଂସ୍କୃତିକ ମାନଚିତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ।

ଏହି ଉତ୍ସବରେ ଗୁରୁ ଡ଼ଃ ସ୍ନେହପ୍ରଭା ସମନ୍ତରାୟ, ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ; ଡ଼ଃ ଇନ୍ଦିରା ଦତ୍ତ, ପୂର୍ବତନ ପ୍ରଫେସର, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ; ଶ୍ରୀମତୀ ମୀତାରାଣୀ ବିଶ୍ୱାଳ, ଅର୍ଥ ନିୟନ୍ତ୍ରକ, ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ; ପ୍ରଫେସର ଡ଼ଃ ତାରା ପ୍ରସନ୍ନ ସତପଥୀ,

ଚେୟାରମ୍ୟାନ, ବହିରାଉଟ ଗ୍ରୁପ୍ ଅଫ୍ ଇନଷ୍ଟିଟ୍ୟୁସନ୍; ଏବଂ ଅଭିନେତ୍ରୀ ସୁଶ୍ରୀ ଲୁମ୍ରାଇନା ଶତପଥୀ, ଅଭିନେତ୍ରୀ ଓ CGI CCTV କମ୍ପାନୀର ECO ଉପସ୍ଥିତ ଥିଲେ। ତାଙ୍କ ଉଦ୍ବୋଧନରେ ଗୁରୁ ଡ଼ଃ ସ୍ନେହପ୍ରଭା ସମନ୍ତରାୟ କହିଥିଲେ, “ଓଡିଶୀ କେବଳ ଏକ ନୃତ୍ୟ ନୁହେଁ, ଏହା ଜୀବନର ଦର୍ଶନ,
ଯେଉଁଠି ପ୍ରତ୍ୟେକ ମୁଦ୍ରା ରେ ଉତ୍କଳୀୟ ସଂସ୍କୃତିର ସ୍ମୃତି ରହିଛି। ଏହି ନାୟିକା ଉତ୍ସବ ଏକ ସାର୍ଥକ ପ୍ରୟାସ, ଯାହା ପାରମ୍ପରିକତାକୁ ଆଗାମୀ ସହିତ ସଂଯୋଗ କରେ।” ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଏହି ଉତ୍ସବର ସୌନ୍ଦର୍ଯ୍ୟ ଓ ସୁନିୟୋଜିତ ଆୟୋଜନକୁ ପ୍ରଶଂସା କରିଥିଲେ।

ମଞ୍ଚରେ ପ୍ରଦର୍ଶିତ ବିଭିନ୍ନ ନୃତ୍ୟ ଉପସ୍ଥାପନା ସନ୍ଧ୍ୟାକୁ ଅଧିକ ସ୍ମରଣୀୟ କରିଥିଲା
• ଅଙ୍ଗରାଗ ଓଡିଶୀ ନୃତ୍ୟ ସଂସ୍ଥାନଙ୍କ ଦ୍ୱାରା ମଙ୍ଗଳାଚରଣ ଗଣପତି ନିରାଜନା ପଦବନ୍ଦେରେ ସନ୍ଧ୍ୟାର ଏକ ଆଧ୍ୟାତ୍ମିକ ଆରମ୍ଭ ହୋଇଥିଲା
• ଅଭିପ୍ସା ପତିଙ୍କ ଦ୍ୱାରା ଏକକ ଓଡିଶୀ ନୃତ୍ୟ—ଦେଖିବା ପରା ଆସରେ ପରିବେଷିତ ହୋଇଥିଲା ଯେଉଁ ଥିରେ କୃଷ୍ଣ ପ୍ରେମ ରସ ସହ ଲୟ, ରୂପ ଓ ତାଳର ଚମତ୍କାର ପ୍ରଦର୍ଶନ ଖୁବ୍ ମନୋରମ ଥିଲା। ନୃତ୍ୟ ନିର୍ଦ୍ଦେଶନା- ଗୁରୁଡ. ସ୍ନେହପ୍ରଭା ସାମନ୍ତରାୟ
• ପଦାମୃତ ଡାନ୍ସ ଆକାଡେମୀଙ୍କ ଦ୍ୱାରା ପରିବେଷିତ ଦଳଗତ ଓଡିଶୀରେ ପରାଶକ୍ତିର ପରିବେଷଣକ କରାଯାଇଛି ନାରୀର ଭାବର ଲୟ ପରାକ୍ରମର ସୁନ୍ଦର ସମନ୍ୱୟ ଦର୍ଶକ ମାନଙ୍କୁ ଏକ ସ୍ୱତନ୍ତ୍ର ସ୍ପର୍ଶ ଦେଇଛି। ନୃତ୍ୟ ନିର୍ଦ୍ଦେଶନା- ଗୁରୁ ବିଜନ ପଲାଇ ଓ ସୌମ୍ୟା ସୁଚରିତା
• ଶ୍ରଦ୍ଧାସ୍ୱିନୀ ପ୍ରିୟଦର୍ଶିନୀ ଓ ଚନ୍ଦ୍ରପ୍ରଭା ଦଳାଇଙ୍କ ଦ୍ୱାରା ଓଡିଶୀ ଯୁଗଳ ନୃତ୍ୟ—ନାୟିକାର ବିଭିନ୍ନ ଭାବର ଅଭିବ୍ୟକ୍ତି ପ୍ରକାଶ କରିଛି ନୃତ୍ୟ ନିର୍ଦ୍ଦେଶନା – ଗୁରୁ ସ୍ମୃତି ପୁଷ୍ପା ପଣ୍ଡା
• ଜାଗୃତି କଲ୍ଚରାଲ୍ ଆକାଡେମୀଙ୍କ ଦ୍ୱାରା ପରିବେଷିତ ଦଳଗତ ଓଡିଶୀ ନୃତ୍ୟରେ ପରିବେଷିତ ହୋଇଛି ଜଗଜ୍ମନନୀ—ମାତୃ ଶକ୍ତିର ସମନ୍ୱିତ ପ୍ରକାଶ ଓ ସୌନ୍ଦର୍ଯ୍ୟକୁ ଏଠାରେ ପ୍ରଦର୍ଶନ କରାଯାଇଛି ନୃତ୍ୟ ନିର୍ଦ୍ଦେଶନା – ଗୁରୁ ଦୁଷ୍ମନ୍ତ କୁମାର ସ୍ୱାଇଁ
• ଅଙ୍ଗରାଗ ଦ୍ୱାରା ପରିଶେଷରେ ସମ୍ବଲପୁରୀ ଲୋକନୃତ୍ୟ ସରଗୀ ଫୁଲ ର ପରିବେଷଣ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା ।
ପ୍ରତ୍ୟେକ ପ୍ରଦର୍ଶନରେ ନାୟିକାର ସୌନ୍ଦର୍ଯ୍ୟ, ଅଭିନୟ ଓ ନାଟ୍ୟର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା, ଯାହା ଦର୍ଶକମାନଙ୍କୁ ଏକ ଅନନ୍ୟ ସାଂସ୍କୃତିକ ଅନୁଭବ ଦେଇଥିଲା । ଏହି ଉତ୍ସବ ଗୁରୁ ଡ଼ଃ ସ୍ନେହପ୍ରଭା ସମନ୍ତରାୟଙ୍କ ନେତୃତ୍ୱରେ ଧାରଣା କରାଯାଇଥିଲା ଓ ଗୁରୁ ଶ୍ରୀମତୀ ସ୍ମୃତି ପୁଷ୍ପା ପଣ୍ଡାଙ୍କ ପରିଚାଳନାରେ ସଫଳତାର ସହ ଆୟୋଜିତ ହୋଇଥିଲା ।

ଉତ୍ସବର ସଫଳ ଆୟୋଜନରେ ଅନୁଷ୍ଠାନର ସଂପାଦିକ , ବରିଷ୍ଠ ଶିକ୍ଷାର୍ଥୀ ଓ ଅଙ୍ଗରାଗର ସମସ୍ତ ସଦସ୍ୟଙ୍କ ଅବଦାନ ଅପରିହାର୍ଯ୍ୟ ଥିଲା । କିରଣ କାବ୍ୟାଙ୍କ ଦ୍ୱାରା କମ୍ୟୁନିକେସନ୍ ଓ ବ୍ରାଣ୍ଡ ମ୍ୟାନେଜମେଣ୍ଟ ସଫଳତାର ସହ କରାଯାଇଥିଲା,
ବିଶ୍ୱଜିତ ବଳିଆରସିଂହ ମଞ୍ଚ ସଂଚାଳନ କରି ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିଥିଲେ । ଏହି ଉତ୍ସବ ପୁନର୍ବାର ଓଡିଶାର ସାଂସ୍କୃତିକ ପଞ୍ଜିକାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇ ପାରିଛି ।
















