ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ପଦ୍ମପୁର :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବୁଢା ବୁଢୀ ମାନଙ୍କୁ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା,ଭିନ୍ନକ୍ଷମ ଭତ୍ତା, ପରିତ୍ଯକ୍ତ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଯୋଜନା ମାନ ପ୍ରଣୟଣ କରିଛନ୍ତି । ହେଲେ କେତେକଙ୍କ ନିକଟରେ ଶ୍ରୀଘ୍ର ପହଞ୍ଚି ପାରୁଛି ତ କେତେକଙ୍କ ନିକଟରେ ୭୫, ୮୦ ବର୍ଷ ବୟସ ହୋଇଗଲେ ମଧ୍ୟ ପହଞ୍ଚି ପାରୁନାହିଁ । ଦୁଃଖର କଥା ଏହାର ଭିତରେ କଣ ରହସ୍ୟ ଅଛି ବିଡମ୍ବନା ମାତ୍ର । ପଦ୍ମପୁର ନିକଟସ୍ଥ ବରିକେଲ ଗ୍ରାମର ଘର ସୁନ୍ଦର ସାହା ୮୫ ବର୍ଷ ଓ ଶ୍ରୀମତୀ ରାଧା ସାହା ୭୫ ବର୍ଷ ଉଭୟ ସ୍ବାମୀ ସ୍ତ୍ରୀ ବ୍ଯାକୁଳତା ର ସହ ପଦ୍ମପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନରୁ ଭତ୍ତା ଟିକିଏ ପାଇବା ପାଇଁ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଠାରୁ ଆରମ୍ଭ କରି ପଦ୍ମପୁର ବିଡିଓ ପର୍ଯ୍ୟନ୍ତ ଆବେଦନ କଲେ ସୁଦ୍ଧା କିଛି ଉତ୍ତର ମିଳୁ ନାହିଁ ।
ଆମ୍ଭର ପୁଅ ନ ଥିବାରୁ ବିଧବା ଝିଅଙ୍କ ତତ୍ତ୍ୱାବଧାନରେ ଜୀବନ ଯାପନ କଟାଉଛନ୍ତି ବୋଲି ଦୁଃଖର ସହିତ ପ୍ରକାଶ କରିଛନ୍ତି । ବରିକେଲ ଗ୍ରାମ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ଆଉ ଚାରି ପାଞ୍ଚ ମାସ ହୋଇ ପାରିବନି ବୋଲି ଉତ୍ତର ଦେଲେ । ତାଙ୍କର ମଜୁରୀ କରି ଖଟି ଖାଇବା ବୟସ ଆଉ ନାହିଁ । ଅନ୍ୟ ପକ୍ଷରେ ସେହି ଗ୍ରାମର ଦିବାକର ସାହା ୬୭ ଙ୍କ ମଧ୍ୟ ସେହି ସମାନ ଦଶା । ସେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ପାଇଁ ଦୌଡି ଦୌଡି ଥକି ପଡିଲେଣି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପରୋକ୍ତ ଅସହାୟ ବ୍ୟକ୍ତି ମାନଙ୍କ ପ୍ରତି ସଦୟ ହୋଇ ଭତ୍ତା ପ୍ରଦାନ କଲେ ଉପକୃତ ହୁଅନ୍ତେ ବୋଲି ଦାବି ହେଉଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )