ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ଦିଗପହଣ୍ଡି :- ଅଜଣା ଗାଡି ଧକ୍କାରେ ଦୁଇ ବର୍ଷର କୃଷ୍ଣ ସାର ମୃଗର ମୃତ୍ୟୁ ହୋଇଛି । ଶନିବାର ସକାଳ ସମୟରେ ବ୍ରହ୍ମପୁର-ଗଜପତି ମୁଖ୍ୟ ରାସ୍ତା ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ଦୁଇ ବର୍ଷର ଗୁରୁତର ଆହତ କୃଷ୍ଣସାର ମୃଗକୁ ଦିଗପହଣ୍ଡି ବନ ବିଭାଗ ଉଦ୍ଧାର କରିଥିଲା । ମୃଗଟିକୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିବା ଜଣାପଡିଛି । ବନ ବିଭାଗ ମୃଗଟିକୁ ଉଦ୍ଧାର କରି ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ଡାକ୍ତର ସେଠାରେ ମୃଗଟିକୁ ମୃତ ଘୋଷଣା କରିଛନ୍ତି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )