ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନ କୁଳାସର ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଦୋକାନ ନ ଖୋଲିବାରୁ ଦୋକାନ ମାଲିକଙ୍କୁ ମରଣତ୍ମlକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି ! ସୂଚନା ଅନୁଯାୟୀ କୁଳାସର ଗ୍ରାମର ପ୍ରଶାନ୍ତ କୁମାର ସାହୁ( ୬୪) ବର୍ଷ ନିଜ ଘରେ ଛୋଟିଆ ପାନଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଅଛନ୍ତି ! ହେଲେ ଗତକାଲି ବିଳମ୍ବିତ ରାତିରେ ଦୋକାନୀ ପ୍ରଶାନ୍ତ କୁମାର ସାହୁ ଦୋକାନ ବନ୍ଦ କରି ଖାଇସାରି ଶୋଇଥିଲେ l

କୁଳାସର ଗ୍ରାମର ଅରକ୍ଷିତ ନାୟକଙ୍କ ପୁତ୍ର ମିଥୁନ ନାୟକ (୩୪ ) ବର୍ଷ ଦୋକାନ ଫିଟାଇବାକୁ ପ୍ରଶାନ୍ତ କୁମାର ସାହୁଙ୍କୁ କହିଥିଲେ ! ରାତ୍ର ବିଳମ୍ବିତ ଥିବାରୁ ପ୍ରଶାନ୍ତ ଦୋକାନ ଫିଟାଇବାକୁ ମନା କରିଥିଲେ ! ଏଥିରେ ମିଥୁନ ନାୟକ, ପ୍ରଶାନ୍ତଙ୍କ ଘର କବାଟ ବାଡେଇ ଅଶ୍ରିଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ! ମିଥୁନ ନାୟକଙ୍କ ଏଭଳି ବାରମ୍ବାର କାର୍ଯ୍ୟକୁ ବlରଣ କରି ପରିଶେଷରେ କବାଟ ଖୋଲିଥିଲେ !

ସେହି ସମୟରେ ମିଥୁନ ନାୟକ ହାତରେ ଏକ ଇଟା ଧରିଥିବା ଦେଖି ପ୍ରଶାନ୍ତ ଘରଭିତରକୁ ପ୍ରବେଶ କରୁଥିବାବେଳେ ମିଥୁନ ହାତରେ ଧରିଥିବା ଇଟାରେ ପ୍ରଶାନ୍ତଙ୍କ ମୁଣ୍ଡକୁ ପିଟିପିଟି ରକ୍ତାକ୍ତ କରି ତଳେ ପକାଇ ଦୌଡ଼ି ପଳାଇଥିଲେ ! ଏହା ଦେଖି ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ଗ୍ରାମବାସୀମାନଙ୍କୁ ଡାକପକାଇଥିଲେ ! ଗ୍ରାମସଭାପତି ସୁରେଶ କୁମାର ମହାରଣା, ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ଚିକିତ୍ସା ପାଇଁ ରାଜସୁନାଖଳା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ !

ଖବର ପାଇଁ ରାଜସୁନାଖଳା ଫାଣ୍ଡି ପୋଲିସ ବାହିନୀ ପହଞ୍ଚିଥିଲେ! ସେଠାରେ ଡାକ୍ତର ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ! ଏନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରି ଆକ୍ରମଣ କରି ମିଥୁନ ନୟକଙ୍କୁ ଗିରଫ କରିବାକୁ ଦାବୀ କରିଅଛନ୍ତି l














