ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ସମବାୟ ସମିତି ର ଦୃଶ୍ୟକୁ ନଦେଖିଲେ ଚାଷୀ ମାନଙ୍କ ମୂଖ୍ଯ ଧାନ ଚାଷ ହୋଇଥିବା ବେଳେ ବର୍ତ୍ତମାନ ସାର ଜରୁରୀ ରହିଛି । କିନ୍ତୁ ବିଡମ୍ବନାର ବିଷୟ ସାର ପାଇଁ ଅପେକ୍ଷା କରିବାକୁ ପଡୁଛି ଆଠ ରୁ ଦଶ ଘଣ୍ଟା । ଏହା ର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏହି ସୋସାଇଟିରେ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବଜାରରେ ସାରର କଳା ବଜାରୀ ଚାଲିଥିବା ସମୟରେ ସମବାୟ ସମିତି ପକ୍ଷରୁ ବିଭିନ୍ନ ସୋସାଇଟିରେ ସାର ବଣ୍ଟନ କରାଯାଉଛି ସତ କିନ୍ତୁ ସବୁଠି ଦେଖିବାକୁ ମିଳୁଛି ଅବ୍ଯବସ୍ଥା । ସାରର ପ୍ରକୃତ ମୂଲ୍ୟ ଠାରୁ ମାତ୍ରାଧିକ ଟଙ୍କାରେ ସାର କିଣିବାକୁ ଚାଷୀ ବାଧ୍ୟ ହେଉଥିବା ବେଳେ ସୋସାଇଟି ମାଧ୍ୟମରେ ଆସୁଥିବା ସାର ସମୁଦ୍ରକୁ ଶଂଖେ ଭଳି ମନେ ହେଉଛି।ତେଣୁ ତୁରନ୍ତ ଏହି ସମସ୍ଯାର ସମାଧାନ କରିବା ପାଇଁ ଚାଷୀମାନଙ୍କ ଦାବୀ ଜୋର୍ ଧରିଛି । ଏହାରି ଭିତରେ କୋରନା କଟା କଣା କୁ ଫୁ କରଯାଇଛି ପ୍ରଶାସନ ତରଫରୁ କିଛି ଭି ଗାଇଡ଼ ଲାଇନ ପାଳନ କରାନଜିବାର ଭିଡ଼ିଓ ରେ ଦେଖିବାକୁ ମିଳିଛି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )