କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- “ନିଶା ନୁହେଁ ଜୀବନ” ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ର ଅବକାରୀ ବିଭାଗ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରଖୂଥୂବା ବେଳେ କେତେକ ଅସାଧୁ ଚୋରା ନିଶା ବେପାରୀ ଏହାର ଫାଇଦା ନେବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସମଗ୍ର ଓଡ଼ିଶାରେ ଏହି ଚୋରା ନିଶା କାରବାର କୁ ରୋକିବା ଲାଗି ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ଜାରି ରହିଥିବା ବେଳେ କଟକ ଜିଲ୍ଲା ସର୍ବାଗ୍ରେ ରହିଛି ।














