ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର,ଶନିବାର ) ରଣପୁର ଚାନ୍ଦପୁର :- ରଣପୁର ନିର୍ବାଚନ ମଣ୍ଡଳୀ ରେ ସୃଷ୍ଟି ହୋଇଥିବା କାହ୍ନୁ ଆତଙ୍କ ର ଅନ୍ତ ଏବେ ଚରମ ଶୀର୍ଷ ରେ । ଲୋକ ଙ୍କ ପାଖରେ ନିଜକୁ ରାଜସ୍ୱ ବିଭାଗ ର ବରିଷ୍ଠ ଅଧିକାରୀ ଭାବେ ପରିଚିତ କରାଇ ବହୁ ଦୁର୍ନୀତି କର୍ମରେ ଲିପ୍ତ ରହୁଥିବା କାହ୍ନୁ ଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ତଦନ୍ତ ଚଳାଇଛି । ଦୀର୍ଘ ଦିନ ଧରି ରଣପୁର ଓ ଚାନ୍ଦପୁର ଅଞ୍ଚଳ ରେ ଖଣି ମାଫିଆ ଙ୍କ ର ବସ୍ ସାଜି ବହୁ ଦୁର୍ନୀତି କରି ଅସୁଥିବାର ଅଭିଯୋଗ ହୋଇଥିବା ଜଣାପଡିଥିଲା । ଏବେ ବହୁ ଦିନ ପରେ ପୋଲିସ ହାତରେ ଲାଗିଛି କାହ୍ନୁ ଆତଙ୍କ ର ପ୍ରମାଣ । ଗୃହ ବିଭାଗର ଆଡିସନାଲ୍ ସେକ୍ରେଟେରି ବୋଲି ପରିଚୟ ଦେଇ ନିଜ ଗାଡି ରେ ଗୃହ ବିଭାଗ ଅଧିକାରୀ ବୋଲି ଲେଖି ପୋଲିସ କୁ ଭୟଭୀତ କରି ରଖିଥିବା କାହ୍ନୁ ଚାନ୍ଦପୁର ରାଇପଡା ର ଗୋଷ୍ଠି ସଂଘର୍ଷ ଏବଂ ଡବଲ ମର୍ଡର ର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ହାତରେ ବଡ଼ ସୁରାକ ଲାଗିଛି ।
ସୂଚନାନୁସାରେ ଚାନ୍ଦପୁର ରେ ହୋଇଥିବା ଡବଲ ମର୍ଡର ୩୭/୨୦ କେସ୍ ର ଛାନଭିନ୍ କରିବା ପରେ ଆଜି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଏହି ଡବଲ ମର୍ଡର କେସ୍ ରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ଅଶୋକ ଭଟ୍ଟ , ସୁର ମାଝି , କେଳୁ ପରିଡା , କେଦାର ମାଝି । ଏମାନଙ୍କ ଠାରୁ ୩ଲକ୍ଷ୬୦ହଜାର ଟଙ୍କା ନେଇ ତହସିଲ କାର୍ଯ୍ୟାଳୟ ରୁ ଫର୍ଜରି କାଗଜ ଦେଇ ଜମି କରାଇ ଦେବା ନାଁ ରେ ଗୋଷ୍ଠି ସଂଘର୍ଷ ଘଟାଇଥିଲା କାହ୍ନୁ । ଚାନ୍ଦପୁର ପୋଲିସ କାହ୍ନୁ ନାଁ ରେ ନୂଆ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି ଏବଂ କାହ୍ନୁ ଫେରାର ଥିବାର ଜଣାପଡ଼ିଛି । ଏହି ଅଭିଯୁକ୍ତ କାହ୍ନୁ ଙ୍କ ନାମରେ ଆଗରୁ ଅନେକ ବେକାର ଯୁବତୀ ଙ୍କୁ ଚାକିରି କରାଇ ଦେବାର ମିଛ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।
ଖାଲି ଏତିକି ନୁହେଁ ଶିକ୍ଷା ବିଭାଗ ର ଅଧିକାରୀ ସାଜି ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କୁ ଶୋଷଣ କରି ଆସୁଥିବା ଅଭିଯୋଗ ଏବଂ ପଥରଖଣି ମାଫିଆ , ତହସିଲ କର୍ମଚାରୀ ଙ୍କ ମଧ୍ୟରେ ଯୋଗସୂତ୍ର ସାଜି ଖଣି ଖାଦନ ନିଲାମ ରେ ବାଧକ ସାଜିଥିଲା । ଏହି ବେଆଇନ କାର୍ଯ୍ୟ ରେ ଲିପ୍ତ ଥିବା କାହ୍ନୁ କୁ ଧରିବା ପାଈଁ ଜାଲ ବିଛାଇଛି ଚାନ୍ଦପୁର ପୋଲିସ । ପୋଲିସ ଓ ପ୍ରସାଶନ , ରାଜନେତା ଙ୍କୁ ହାତ କରି ନିଜର ଆତଙ୍କ ରାଜ ସୃଷ୍ଟି କରିଥିଲା । ଏଣୁ ବଳ ପୂର୍ବକ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ୍ କାହ୍ନୁ କୁ ଧରିବା ପାଇଁ ଅଣ୍ଟା ଭିଡିଛନ୍ତି । ଏବେ କାହ୍ନୁ ଆତଙ୍କ ହେବ ଶେଷ , ଚାନ୍ଦପୁର ପୋଲିସ ର ପରିଶ୍ରମ ବୃଥା ଯିବନି ବୋଲି ଆଶା ବାନ୍ଧିଲେଣି ଜନସାଧାରଣ ।