ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଖା ଅନୁଷ୍ଠାନ ତରଫରୁ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଟ୍ରାନ୍ସଜେନ୍ଡର ମାନଙ୍କର ସୁରକ୍ଷା ଆଇନ ୨0୧ ୯ -.୨0 ରେ ଟ୍ରାନ୍ସଜେନ୍ଡର ଗୋଷ୍ଠୀଙ୍କ ପାଇଁ ଯେଉଁ ସୁବିଧା ଓ ସୁଯୋଗ ସୃଷ୍ଟି କରାଯାଇଛି ତାହା କେବଳ ଆଇନରେ ସୀମିତ ନ ରହି ସାମାଜିକ, ଅର୍ଥନୈତିକ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟରେ ପରିଣତ ହେବା ଦରକାର ।

ଭାରତ ସରକାର ତଥା ଓଡିଶା ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଯଥା ଏସ ଏସ ଇ ପି ଡି ଡିପାର୍ଟମେଣ୍ଟ ଅଧୀନରେ ସ୍ୱୀକୃତି ଯୋଜନା, ଗାରିମା ଗୃହ ମାଧ୍ୟମରେ ସୀମିତ ସମୟ ପାଇଁ ବାସସ୍ଥାନର ବ୍ୟବସ୍ଥା, ଧନ୍ଦାମୂଳକ ତାଲିମ ଆଦିର ବ୍ୟବସ୍ଥା ରହିଛି । ଏହି ସବୁ ବ୍ୟବସ୍ଥାର ସୁବିନିଯୋଗ ସେତେବେଳେ ସମ୍ଭବ ଯେତେ ବେଳେ ଜଣେ ବ୍ୟକ୍ତି ସମ୍ମାନର ସହ ଓ ନିଜର ଉଚିତ ପରିଚୟ ସହ ବଂଚିବାର ଅଧିକାର ପାଇପାରିବ ।
ସେଥିପାଇଁ ପରିବାର ସ୍ତରରୁ ସଚେତନତା ସହ ଟ୍ରାନ୍ସଜେନ୍ଡର ପିଲାଟିକୁ ପିତାମାତା ତାର ପରିଚୟ ସହ ଆଗକୁ ବଢିବା ଓ ପାଠ ପଢିବା ରେ ସମ୍ପୂର୍ଣ ସୁଯୋଗ ଯୋଗାଇଦେବା ଦରକାର । ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ସୁବିଧା ସୁଯୋଗ ସୃଷ୍ଟିକରିବା ସହ ସେମାନଙ୍କର ଯୋଗଦାନକୁ ସୁନିଶ୍ଚିତ କରିବାରେ ସାମାଜିକ ବ୍ୟବସ୍ଥା ବାଧା ସୃଷ୍ଟି ନ କରିବା ପାଇଁ ଆୟୋଜକଙ୍କ ତରଫରୁ ନିଵେଦନ କରାଯାଇଥିଲା ।
ଏହି କାର୍ଯକ୍ରମରେ ବରିଷ୍ଠ ଆଇନଜୀବୀ ଦେବଦତ୍ତ ଚୌଧୁରୀ, ସାମାଜିକ କର୍ମୀ ଡ଼ଃ ମିତାଲି ମହାନ୍ତି, ସ୍ୱାଧୀନ କୁମାର ପଣ୍ଡା, ସଖା ତରଫରୁ ନେହା ମହାପାତ୍ର, ସସ୍ମିତା ସାହୁ ଓ ପୁରୀ କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।














