ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡିର ବିଶିଷ୍ଟ କଳାକାର ଦେବ ପଟନାୟକଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପାରଳାଖେମୁଣ୍ଡିର ରାଜବାଟୀରେ ସରଘର ଗୁମୁସ୍ତା ଭାବେ ୪୦ରୁ ଉର୍ଦ୍ଧ୍ୱ ବର୍ଷ ସେବା କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ ଶ୍ରୀ ଗାହକ ଉପାଧି ଦେଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ରାଧାମୋହନ ମନ୍ଦିରରେ ଗାନ ସହ ମୃଦଙ୍ଗ ବାଦନ କରୁଥିଲେ । ଜଣେ ମିଷ୍ଟ ଭାଷୀ ଶାନ୍ତ ସରଳ ବ୍ୟକ୍ତିଭାବେ ସେ ସର୍ବତ୍ର ପରିଚିତ ଥିଲେ । ନିତ୍ୟାନନ୍ଦ ପାଠାଗାରର ମୁଖ୍ୟ ଉପଦେଷ୍ଟା ସହ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନ ଓ ମାନପତ୍ର ପାଇଥିଲେ । ସେ ଓଡିଶା ସଂସ୍କୃତି ବିଭାଗ ଆନୁକୂଲ୍ୟରେ କଳାକାର ପେନସନ ମଧ୍ୟ ପାଉଥିଲେ ।
ତାଙ୍କର ଦେହାନ୍ତାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, ତାରିଣୀ ପ୍ରସାଦ ପଣ୍ଡା, ଶିଶିର ଗୌଡ, ଶିବାଜୀ ପଟ୍ଟନାୟକ ସମେତ ମୋଟର କର୍ମଚାରୀ ସଂଘ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ବିଚିତ୍ରା ନନ୍ଦ ବେବର୍ତ୍ତା , ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୌରଚନ୍ଦ୍ରପଣ୍ଡା,ମଲିକାର୍ଜୁନ ପଟ୍ଟନାୟକ ,ରବି ନାରାୟଣ ଚୌଧୁରୀ ଗୌର ପଟ୍ଟନାୟକ ,କୈଳାସ ପଟ୍ଟନାୟକ ପ୍ରଭୃତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତୋପ ପରିବାରକୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ-ଗରୁଡ଼ ଧ୍ୱଜ ଚୌଧୁରୀ)