ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପାନୀୟ ଜଳ ସଙ୍କଟ ଦୂର ହୋଇ ପାରୁନାହିଁ।ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେବାକୁ ପଡୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ସହର ରେ। ମୋହନା ସହର ରେ ପାନୀୟ ଜଳ ସଙ୍କଟ କୁ ନେଇ ବହୁବାର ବ୍ଲକ୍ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିନ୍ତୁ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

ସହର ରେ ପାଖା ପାଖି ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା। ମୋହନା ଶିବ ମନ୍ଦିର ନିକଟସ୍ଥ ନଦୀ ପାର୍ଶ୍ବ ରେ ବହୁ ପୁରୁଣା ଦୁଇଟି ଇଣ୍ଟେକ ୱାଲ୍ ରହିଛି। ସେହି ଇଣ୍ଟେକ୍ ୱାଲ୍ ରୁ ସିଧା ନଦୀ ପାଣି କୌଣସି ଫିଲ୍ଟର ନ ହୋଇ ସହର କୁ ସପ୍ଲାଏ କରାଯାଉଛି। ସେଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଫିଲଟର ନିର୍ମାଣ ହୋଇଥିଲା କିନ୍ତୁ ତାହା ଏବେ ଅଚଳ ହୋଇ ପଡ଼ି ରହିଛି। ଅଚଳ ହେବା ଫଳରେ ସିଧା ସଳଖ ନଦୀ ପାଣି ସହର ବାସିନ୍ଦା ବ୍ୟବହାର କରୁଛନ୍ତି।














