No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡିଶା ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉତ୍ତେଜନା ଦେଖାଦେଇ ବିଜେଡି କର୍ମୀ ମାନେ କ୍ରସ ଭୋଟିଂ କରିଥିବା ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେମାନେ ବିଧାୟକ ଙ୍କ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି କ୍ରସ ଭୋଟିଂ କରିଥିବା ଅଭିଯୋଗ କୁ ନାପସନ୍ଦ କରି ଦୃଢ଼ ବିରୋଧ କରିଛନ୍ତି ।

ପୂର୍ବତନ ବ୍ଲକ ସଭାପତି ପ୍ରତାପ କେଶରୀ ନାୟକ,ପୂର୍ବତନ ଚେୟାରମେନ ତ୍ରିବିକ୍ରମ ଦାଶ,ପୂର୍ବତନ ସରପଞ୍ଚ ବିନେଡ ନାୟକ,ଯୁବନେତା ସଂନ୍ଦିପ୍ତ ସେନାପତି,ସୋଲାର ମିଶ୍ର ଙ୍କ ନେତୃତ୍ବରେ ବାଲିପାଟଣା ଛକ ଠାରେ କୁଶ ପୁତ୍ତଳିକା ଦାହ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଘଟଣା ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଛି । କିଛି ନେତା ଏହାକୁ ଦଳ ମଧ୍ୟରେ ମତଭେଦର ପରିଣାମ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ଗୁରୁତର ଶୃଙ୍ଖଳାଭଙ୍ଗ ଭାବେ ଦେଖୁଛନ୍ତି ।

ତେବେ, ଏହି ଅଭିଯୋଗ ସମ୍ପର୍କରେ ନବକିଶୋର ମଲ୍ଲିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ । ଆଗାମୀ ଦିନରେ ଦଳ ନେତୃତ୍ୱ କଣ ପଦକ୍ଷେପ ନେବେ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଦଳୀୟ ନେତା ଶିବ ପ୍ରସାଦ ଦାସ,ମାନସ ପଣ୍ଡା,ଜାକିର ହୁସେନ,ସତ୍ୟପ୍ରିୟ ସେଠୀ,ଜଗନ୍ନାଥ ପଣ୍ଡା,ବ୍ରହ୍ମାନନ୍ଦ ପ୍ରଧାନ, ସତ୍ୟଜିତ୍ ରାୟ,ଶରତ ଲେଙ୍କା,ଅଲେଖ ପ୍ରଧାନ ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ ।

No Result
View All Result