କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୧୦ ନଂ. ୱାର୍ଡରେ ଗ୍ରାମ ଦେବତୀଙ୍କ ପାଖରେ ଚାଲିଥିବା ଭାଗବତ ସପ୍ତାହ ଅବସରରେ ଆଜି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତେବେ ଗ୍ରାମର ପ୍ରାୟ ୪୦୦ ଲୋକ ଖାଇବା ପରେ ଡାଲ୍ମା ହାଣ୍ଡିରେ ଏକ ସାପ ପଡ଼ିଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ।

ବିଷାକ୍ରାନ୍ତ ହେବା ଆଶଙ୍କା କରି ପ୍ରାୟ ୩୦ ଜଣ ତୁରନ୍ତ ପଟ୍ଟାମୁଣ୍ଡା ଉପଖଣ୍ଡ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଡାକ୍ତରଙ୍କ କହିବା କଥା ସମସ୍ତେ ବିପଦମୁକ୍ତ ଅଛନ୍ତି। କାହାରି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇନି। ତେବେ ଏହି ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି।














