ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସାରସ୍ୱତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ l ସେ ସ୍ନେହୀ, ଛାତ୍ର ବତ୍ସଳା, ସମୟାନୁବର୍ତ୍ତିତା ଓ ମାତୃତୁଲ୍ୟ ଶିକ୍ଷୟିତ୍ରୀ l ପଠନ ରତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସେ ପୁତ୍ର କନ୍ୟା ତୁଲ୍ୟ ଆଦର କରି ପାଠ ପଢ଼ାଉଥିଲେ l ତାଙ୍କ ଆଦର୍ଶରେ ଅନୁପ୍ରାଣିତହୋଇ ଆଜି ଅନେକ ଛାତ୍ର ଛାତ୍ରୀ ଭଲ ମଣିଷ ଭାବେ ଗଢି ହୋଇଛନ୍ତି ବୋଲି ବୁଧବାର ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l

ଶିକ୍ଷୟିତ୍ରୀ ପ୍ରିୟତମା ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ବିଇଓ ମିହିର କୁମାର ପାଲ, ବିଇଓ ଲକ୍ଷେହିରା ଲାବଣ୍ୟ ବତୀ ବେହେରା, ଏବିଇଓ ପ୍ରକାଶ ରଞ୍ଜନ ଦାଶ, ରଞ୍ଜନା ଦାସ, ସରପଞ୍ଚ କାନ୍ହୁ ଚରଣ ବେହେରା, ସମାଜ ସେବୀ ଶ୍ୱେତ କୁମାର ସାହୁ, ପ୍ରମୋଦ ହୋତା, ଶିକ୍ଷକ ପ୍ରଦ୍ୟୁମ୍ନ ବେହେରା, ମନୋଜ ବିଶ୍ୱାଳ, କେଦାରେଶ୍ୱର ରାଉତ, ବିଜୟ ମହାନ୍ତି, ତ୍ରିଲୋଚନ ସ୍ୱାଇଁ, ସୌଦାମିନୀ ମିଶ୍ର,

ମାନସୀ ଭୋଇ ୱାର୍ଡ ସଭ୍ୟl ଯୋଗଦେଇ ଉପରୋକ୍ତ ମତ ବ୍ୟକ୍ତ କରିଥିଲେ l ସଭାରେ ଅତିଥିତି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷକ ବଂଶୀଧର ତ୍ରିପାଠୀ l ଏହି ଅବସରରେ ଛାତ୍ର ଛାତ୍ରୀ ମନେ ସଂଗୀତ, ନୃତ୍ୟ ପରିବେଷଣ କରିଥିଲେ l ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l















