ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତରଫରୁ ସ୍ଥାନୀୟ ମା କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ବାଲିପାଟଣା ଶିଶୁ ବିକାଶ ଅଧିକାରୀଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ କହିଲେଯେ ନାରୀ ନିଜର ଆତ୍ମ ମର୍ଯ୍ୟାଦା ଓ ଆର୍ଥିକ ସ୍ବଚ୍ଛଳତା ପାଇଁ କାର୍ଯ୍ୟ କରିବା ଦରକାର ।















