ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲା ରଣପୁର ଉପଖଣ୍ଡରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଛି । ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଅସାଧୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର ଚଳାଇଛନ୍ତି । ଏପରି କି ଅବକାରୀ ବିଭାଗର ଜଣେ ପୁରୁଣା କର୍ମଚାରୀଙ୍କୁ ହାତ କରି ଦୈନିକ ଦେଶୀ ମଦ ଭାଟି କର୍ମଚାରୀମାନେ ବାଇକ୍ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।















