No Result
View All Result
ବିଧାନସଭାରେ ଏସସିବି ନିଆଁ ତାତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି l
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ । ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା । ବାଧ୍ୟ ହୋଇ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ଏସସିବି ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।
ଅଗ୍ନିଶମ ଊଏ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ସଚିବଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ସରକାର ରହିଛନ୍ତି । ଓଡ଼ିଶାର ସରକାରୀ କିମ୍ବା ବେସରକାରୀ ହସ୍ପିଟାଲର ଅବସ୍ଥା ତଳ ସ୍ତରକୁ ଖସି ଯାଇଛି । ମୁଁ ଯୁବ ପିଢ଼ିଙ୍କୁ ଆହ୍ୱାନ କରୁଛି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରନ୍ତୁ । ନୈତିକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ତାପରେ ଯାଇ ତଦନ୍ତ କରନ୍ତୁ । ଏସ୍ସିବି ହସ୍ପିଟାଲ ଜଳି ପୋଡ଼ି ପାଉଁଶ ହୋଇଗଲା ।
ଲୋକେ ଜୀବନ୍ତ ଦଗ୍ଧ ହୋଇଗଲେ l ସରକାର କିନ୍ତୁ ସ୍ୱାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ । ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ସରକାରୀ ହସ୍ପିଟାଲରେ ଏତେ ବଡ଼ ଘଟଣା ଘଟିଲା ପରେ ମଧ୍ୟ ଏ ସରକାର ଉତ୍ତର ଦାୟିତ୍ୱ ନେଉନାହାଁନ୍ତି । ଲୋକଙ୍କ ସରକାର ସିଏ, ଯିଏ ଲୋକଙ୍କ ଦାୟିତ୍ୱ ନିଏ । ହେଲେ ଏତେ ବଡ଼ ଘଟଣା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଉ ନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେପର୍ଯ୍ୟନ୍ତ ସରକାର ଉତ୍ତର ଦାୟିତ୍ୱ ନେବେ ନାହିଁ । ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

No Result
View All Result